Home ରାଜ୍ୟ ମନ ମୋହୁଛି ୧୬ଟି ଦେଶର ଭିନ୍ନ ଭିନ୍ନ ଖାଦ୍ୟ !

ମନ ମୋହୁଛି ୧୬ଟି ଦେଶର ଭିନ୍ନ ଭିନ୍ନ ଖାଦ୍ୟ !

ଭୁବନେଶ୍ୱର ; ହକି ବିଶ୍ୱକପ ପାଇଁ ଆୟୋଜିତ ଡଟ୍ ଫେଷ୍ଟ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ଖାଦ୍ୟ ମେଳା । ଏହା ଡିସେମ୍ବର ୧ରୁ ଆରମ୍ଭ ହୋଇଛି ଏବଂ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏହି ମେଳାର ଆୟୋଜନ କରାଯାଇଛି । ହକି ବିଶ୍ୱକପ ରେ ଭାଗ ନେଇଥିବା ୧୬ଟି ଦେଶର ଖାଦ୍ୟ ଏହି ମେଳା ରେ ମିଳୁଛି । ତେବେ ୨୪ ଟି ତାରକା ହୋଟେଲର ଖାଇବା ଏହି ମେଳାରେ ଷ୍ଟଲ ଲଗାଯାଇଛି । ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଖାଇବା ସହ ଗୁପଚୁପ୍ , ଚାଟ୍ ,ଦହିବରା ପରି ବିଭିନ୍ନ ଚଟପଟା ଷ୍ଟ୍ରିଟ୍ ଫୁଡର ମଜା ମଧ୍ୟ ନେଇପାରିବେ ଦର୍ଶକ ।

ମେଫେୟାର,ଏମ୍ପାର‌୍ୟସ,ଟ୍ରାଇଡେଣ୍ଟ,ହୋଟେଲ ଶୀତଲ ପରି ବିଭିିନ୍ନ ବଡ ବଡ ହୋଟେଲର ଷ୍ଟଲ ଲାଗିଛି । ଏହାସହ କିଛି ଶିକ୍ଷାନୁଷ୍ଠାନର ହୋଟେଲ ମ୍ୟାନେଜମେଣ୍ଟ ପିଲାମାନେ ମଧ୍ୟ ଷ୍ଟଲ ଲଗାଇଛନ୍ତି । ଦର୍ଶକମାନେ ହକି ବିଶ୍ୱକପ ଉପଭୋଗ କରିବା ସହ ବିଭିନ୍ନ ଖାଦ୍ୟର ମଜା ନେବା ପାଇଁ ଏପରି ଆୟୋଜନ କରାଯାଇଛି । ପ୍ରଦର୍ଶନୀ ପଡିଆର ଗୋଟିଏ ପଟେ ଫୁଡ ଫେଷ୍ଟିଭାଲରେ ଖାଦ୍ୟର ମଜା ଅନ୍ୟପଟେ ବଲିଉଡ୍ ସିଙ୍ଗର ମାନଙ୍କ ଗୀତର ମଜାକୁ ବେଶ୍ ଉପଭୋଗ କରୁଛନ୍ତି ରାଜଧାନୀ ବାସୀ । ଏହା ସହ ଡଟ୍ ଫେଷ୍ଟ ପାଇଁ ପ୍ରଦର୍ଶନୀ ପଡିଆରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ଏପରି ସଜା ଯାଇଛି ଯାହା ଲୋକ ମାନଙ୍କୁ ବେଶ୍ ଆକ୍ତୃଷ୍ଟ କରୁଛି,ଲୋକମାନେ ସେଠାରେ ବେଶ୍ କିଛି ସମୟ ଅଟକି ଫଟୋ ନେବାକୁ ଭିଡ ଜମାଉଛନ୍ତି ।