Home ରାଜ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା, ଏକାସାଙ୍ଗରେ ପରୀକ୍ଷା ଦେବେ ଉଭୟ ରେଗୁଲାର ଓ ଏକ୍ସ...

ଫେବୃୟାରୀ ୨୨ରୁ ଆରମ୍ଭ ମାଟ୍ରିକ ପରୀକ୍ଷା, ଏକାସାଙ୍ଗରେ ପରୀକ୍ଷା ଦେବେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ !

153

ଭୁୁବନେଶ୍ୱର: ଆସିଲା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆରମ୍ଭ ହେବ ଫେବୃୟାରୀ ୨୨ ତାରିଖରେ ମାଟ୍ରିକ ପରୀକ୍ଷା । ତେବେ ଫେବୃୟାରୀ ୨୨ ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ରେ ଶେଷ ହେବ । ତେବେ ଏକାସାଙ୍ଗରେ ପରୀକ୍ଷା ଦେବେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୧.୩୦ ପର‌୍ୟ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନା ଆରା ବେଗମ୍ ସୂଚନା ଦେଇଛନ୍ତି । ୩ୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ ହେବ ବୋଲି ସୂଚନା ଦେଇଛନ୍ତି ସଭାପତି । ମଧ୍ୟମା ଓ ମୁକ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ମଧ୍ୟ ଫେବୃୟାରୀ ୨୨ରୁ ଆରମ୍ଭ ହେବ । ତାହାସହିତ ଛାତ୍ରଛାତ୍ରୀ ମାନେ ୪ଟି ସମାନ୍ତର ପ୍ରଶ୍ନ ସେଟରେ ପରୀକ୍ଷା ଦେବେ । ଏହାଛଡା ବିନା ଜରିମାନାରେ ଫର୍ମ ପୂରଣର ଅବଧି ୨ ଦିନ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ୧୫ ତାରିଖ ରାତି ୧୧ଟା ୪୫ ମିନିଟ ମଧ୍ୟରେ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।