Home ଅପରାଧ ବାପାର ଶାବଳ ମାଡ଼ରେ ପୁଅର ମୃତ୍ୟୁ

ବାପାର ଶାବଳ ମାଡ଼ରେ ପୁଅର ମୃତ୍ୟୁ

21

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମ ଛକ ନିକଟରେ ଏକ ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଯାଇଛି l ଘରୋଇ କଳହକୁ ନେଇ ବାପାର ଶାବଳ ଚୋଟରେ ପୁଅର ମୃତ୍ୟୁ ହୋଇଛି । ତେବେ ଗତକାଲି ରାତି ୧୨ ଟା ସମୟରେ ଏହି ହତ୍ଯାକାଣ୍ଡ ଘଟିଥିଲା ।

ସୂଚନା ଅନୁଯାୟୀ, ବାପା ଅମଲ୍ ବାସୁ ଏବଂ ମଝିଆ ପୁଅ ଅସିତ ବାସୁଙ୍କ ଭିତରେ ପ୍ରାୟ ସମୟରେ କଳହ ଲାଗିରହୁଥିଲା । କିନ୍ତୁ ହଠାତ୍ ଗତକାଲି ରାତିରେ ଅମଲ୍ ବାସୁ ହଠାତ୍ ଉତକ୍ଷିପ୍ତ ହୋଇ ୨୪ବର୍ଷର ପୁଅ ଅସିତ ବାସୁକୁ ଶାବଳ ସାହାଯ୍ୟରେ ମୁଣ୍ଡକୁ ପିଟି ଦେବା ଫଳରେ ଘଟଣା ସ୍ଥଳରେ ହିଁ ଅସିତର ମୃତ୍ୟୁ ଘଟିଥିଲା l ପୁଅକୁ ହତ୍ୟା କରିବା ପରେ ଆଜି ଭୋରରୁ ଅମଲ୍ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି l ଅପରପକ୍ଷରେ ସ୍ଥାନୀୟ ପୁଲିସ ପକ୍ଷରୁ ଘଟଣା ସ୍ଥଳରୁ ଏ ଯାଏଁ ମୃତଦେହ ଉଦ୍ଧାର ହୋଇ ପାରି ନ ଥିବା ବେଳେ  ସେଠାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି l ଏହା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।