ବରଗଡ଼: ଆସିଲାଣି ନିର୍ବାଚନ ଫେରିଲାଣି ନିର୍ବାଚନୀ ତାତି, ମିଳିଲାଣି ପୁଣି ମିଥ୍ୟା ପ୍ରତିଶ୍ରୁତି, ଚାଲିଲାଣି ଦଳ ଦଳ ମଧ୍ୟରେ ଚାଷୀଙ୍କୁ ନେଇ ରାଜନୀତି । ଠିକ୍ ଏତିକି ବେଳେ ପୂର୍ବ ନିର୍ବାଚନରେ ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ କରିଥିବା ରାଜତେନାମାନେ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେଇ ମଧ୍ୟ, ପୁଣି ପ୍ରତିଶ୍ରୁତି ଦେବାରେ ବ୍ୟସ୍ଥ ହେଲେଣି । ଅନ୍ୟପଟେ ବିରୋଧୀ କ୍ଷମତା ପାଇଁ ମଧ୍ୟ ଚାଷ ଓ ଚାଷୀଙ୍କୁ ନେଇ ତୋଫାନି ପ୍ରତିଶ୍ରୁତି ଫିଙ୍ଗିଲାଣି । ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଅଂଟା ଭିଡ଼ିଲାଣି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମବାୟ ସମିତି । ୧୧ ଜିଲ୍ଲରେ ସଂଗଠନ ଆନ୍ଦୋଳନ ପକ୍ରିୟାକ ୁତରାନିତ୍ୱ କରିଛି । ଗତ ଶୁକ୍ରବାର ଦିନ ଚାଷୀଙ୍କୁ ସଚେତନ କରିବା ଲକ୍ଷରେ ବରଗଡ଼ ଜିଲ୍ଲାପାଳ ଅଫିସ ଘୋରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ସଂଗଠନ ।
ଅନ୍ୟପଟେ ରାଜ୍ୟ ସରକାର କାଳିଆ ଯୋଜନା କରି ଚାଷୀଙ୍କୁ ନିର୍ବାଚନୀ ଥୋପ ଫିଙ୍ଗିଥିବା ବେଳେ କେନ୍ଦ୍ର ସରକାର ନିକଟରେ କିଷାନନିଧି ଯୋଜନା ଚାଷୀର ଭୋଟ ନେବା ପାଇଁ ଏହା ଉଦ୍ଧିଷ୍ଟ ବୋଲି କୃଷକ ନେତାମାନେ ସମାଲୋଚନା କରିଛନ୍ତି । ଅନ୍ୟପଟେ ନିରବ ଥିବା କଂଗ୍ରେସ ଦଳ ଚାଷୀର ଭୋଟ ପାଇଁ ଋଣଛାଡ଼ ଅଭିଯାନ ଆରମ୍ଭ କରିଛି । ବର୍ଷ ବର୍ଷ ଧରି ଚାଷୀଙ୍କ ହକ ପାଇଁ ଆନ୍ଦୋଳନ, ବିକ୍ଷୋଭ,ସମାବେଶ ଓ ପ୍ରତିବାଦ ହେଉଥିଲେ ମଧ୍ୟ ଖାଲି ମିଳିଛି ପ୍ରତିଶ୍ରୁତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ପାଣିର ଗାର ପାଲଟିଥିବା ବେଳେ ସ୍ୱାମୀନାଥ କମିଶନ ସୁପାରିଶ ଧୂଆଁବାଣ ପାଲଟିଛି । ଏହାର ବିରୋଧରେ ସଂଗଠନ ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିବା ନେଇ ନିଷ୍ପତି ନେଇଛି ।