Home ରାଜ୍ୟ ଧାନ ମିଲର ନେଉନି ଆଉ ସରକାରଙ୍କୁ ଗୁହାରି ଶୁଣୁନି; ଶୀତ କାକରେ ଶଢୁଛି ଚାଷୀ, ଧନୀ...

ଧାନ ମିଲର ନେଉନି ଆଉ ସରକାରଙ୍କୁ ଗୁହାରି ଶୁଣୁନି; ଶୀତ କାକରେ ଶଢୁଛି ଚାଷୀ, ଧନୀ ସାଉକାରଙ୍କ କରଜ ଚାଷୀକୁ ଅସ୍ତବ୍ୟସ୍ଥ କଲାଣି !


ମାଲକାନଗିରି: ମିଲର ନେଉନି ଧାନ ଆଉ ସରକାରଙ୍କୁ ଗୁହାରି କଲେ ମଧ୍ୟ ଶୁଣୁନି । ଅଦିନିଆ ଚକଡ଼ା ସାଙ୍ଗକୁ ବାତ୍ୟା ତିତିଲ ମାଡ଼ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଘର ପୋଡ଼ିରୁ କୁଟାଖିଅ ପରି ଅମଳ କରିଥିବା ଚାଷୀ ବିକ୍ରି କରିବାକୁ ପାଉନି ବଜାର । ଏପରି ସମୟରେ ଧନୀ ସାଉକାରଙ୍କ କରଜ ସାଙ୍ଗକୁ ସାରକାରଙ୍କ ଋଣ ଚାଷୀଙ୍କୁ ଅସ୍ତବ୍ୟସ୍ଥ କଲାଣି । ଦୀର୍ଘ ୧୫ ଦିନ ହେବ ମଣ୍ଡିରୁ ଧାନ ନଉଠିବାରୁ ଏବେ ହତାଶ ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁ ଗୁମ୍ମା ଚାଷୀ । ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ ଆଗରୁ ମିଳୁଥିଲା ପ୍ରତିଶ୍ରୁତି କିନ୍ତୁ ଏବେ ସ୍ଥାନୀୟ ବିଧାୟକଙ୍କୁ ଗୁହାରୀ କଲା ପରେ ମିଳିଛି ଓଲଟା ପ୍ରଶ୍ନ । ବିଧାୟକଙ୍କୁ ଏବେ ମନେପଡ଼ିଲା ବୋଲି କଟାକ୍ଷ କରିବାରୁ ଚାଷୀ ଅସନ୍ତୋଷ ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି । ଯାହାକୁ ନେଇ ବିଧାୟକଙ୍କ ବିରୋଧରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧିଲାଣି ।
ଅନ୍ୟପଟେ ଏପରି ସମୟରେ ବିଧାୟକଙ୍କ ଠାରୁ ଆରମ୍ଭ କରି ସରପଂଚ, ବିଡ଼ିଓ ତହସିଲଦାର ଓ ଜିଲ୍ଲା ଜୋଗାଣ ବିଭାଗକୁ ଗୁହାରି କରିଥିଲେ ମଧ୍ୟ ମିଳିନି ମାତ୍ର ପ୍ରତିଶ୍ରୁତି । ମିଲର ଧାନ ନନେବାରୁ ସକ୍୍ରିୟ ହେଲେଣି ଦଲାଲ । ଏପରି ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଖାତା କଲମରେ ନିଜ ଦାୟୀତ୍ୱ ତୁଟାଇବାରେ ବ୍ୟସ୍ଥ । ଅଧିକାରୀଙ୍କ ପଚାରିବାରୁ ପୁରା ସାଧାସିଧା ଉତର ମିଳିଛି । ଗତମାସ ୨୫ ତାରିଖରୁ ଜିଲ୍ଲାରେ ୬୧ଟି ମଣ୍ଡି ଖୋଲା ଯାଇ ଧାନ କିଣା ଚାଲିଛି ଏଥିପାଇଁ ୨୧ଟି ମିଲରକୁ ନିଯୁକ୍ତି କରାଯାଇଛି । ଏହାସହ ଜିଲ୍ଲାର ୭ଟି ବ୍ଲକରୁ ୪ଲକ୍ଷ ୭୫ ହଜାର କୁଇଟାଂଲ ଧାନ ସଂଗ୍ରହ ହୋଇଥିବା ଯୁକ୍ତି ରଖିଛନ୍ତି ଅଧିକାରୀ ।
ମଣ୍ଡିରେ ପଡ଼ିଛି ଧାନ, ନେଲାନି ମିଲର ଶୁଣିଲାନି ସରକାର ସେପଟେ ମାତିଲେ ଦଲାଲ । କେତେ ଚେତିବ ସରକାର , ନ୍ୟାୟ ପାଇବେ ଗରୀବ ଚାଷୀ ତାହା ଦେଖିବାକୁ ବାକି ରହିଲା ବ୍ୟୁରୋ ରିପୋର୍ଟ ମୁନ୍ ଟିଭି ଓଡ଼ିଆ ।