ସାଲେପୁର: ଦୋକାନ ଉପରେ ମାଡ଼ିଗଲା ଟ୍ରକ, ୩ ଗୁରୁତର । କଟକ ନିଶ୍ଚିତକୋଇଲି ବଉଳ ବଜାର ବେପାରୁଆ ଟ୍ରକ ଚାଳକ ଏକ ଜଳଖିଆ ଦୋକାନ ଉପରେ ମଡ଼ାଇ ଦେଇଛି । ଘଟଣାସ୍ଥରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଅତି ସଙ୍ଗିନ୍ ରହିଛି । ଏମାନଙ୍କୁ ପ୍ରଥମେ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଆହାତମାନେ ହେଲେ ଦୋକାନି ଗୁରୁଚରଣ ସାହୁ, ଗ୍ରାହକ ଅନାଦି ବେହେରା । ଏହି ଦୁର୍ଘଟଣାରେ ଆହତଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କଟକ- ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତାରୋକ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।