Home ରାଜ୍ୟ ମନଇଛା ବର୍ଷିଲେ କେଜ୍ରିୱାଲ; ବିଜେଡି, ବିଜେପି ଓ କଂଗ୍ରେସକୁ ଟାର୍ଗେଟ କଲେ !

ମନଇଛା ବର୍ଷିଲେ କେଜ୍ରିୱାଲ; ବିଜେଡି, ବିଜେପି ଓ କଂଗ୍ରେସକୁ ଟାର୍ଗେଟ କଲେ !

579

ଭୁବନେଶ୍ୱର: ଭୁବନେଶ୍ୱରରେ ଆପର ସୁପ୍ରିମୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ଦଳୀୟ କର୍ମୀମାନେ ସ୍ୱାଗତ ସମ୍ଭର୍ଦ୍ଧନା କରିବା ସହ ଏକ ବାଇକ ଶୋଭାଯାତ୍ରାରେ ରାଜ୍ୟ ଅଫିସକୁ ପାଛୁଟି ଆଣିଥିଲେ । ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଲୋୟର ପିଏମଜିରେ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି । ରାଜ୍ୟରେ ଖଣି ମାଫିଆଙ୍କ ରାଜ ଚାଲିଛି । ଯାହା ଦ୍ୱାର ଗରିବ ଏଠି ତଳିତଳାନ୍ତ ହେଉଛି । ଯାହାର ବିନାଶ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ହେଉଛି କିନ୍ତୁ ଏଠିକା ସରକାର ଘରୋଇ କମ୍ପାନୀକୁ ଟେକି ଦେଇ ବିଦ୍ୟୁତ୍ ଦରକୁ ଦ୍ୱିଗୁଣା କରିଛନ୍ତି । ଯାହା ସାଧାରଣ ଲୋକ ବ୍ୟବହାର କରିବା ଅସମ୍ଭବ ହୋଇଛି । ଦିଲ୍ଲୀ ରେ ବିଦ୍ୟୁତ୍ ଉତ୍ପାଦନ ହୁଏନି କିନ୍ତୁ ସାଧାରଣ ଲୋକ ବ୍ୟବହାର କରିବା ସମ୍ଭବ କାରଣ ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଥିବା ପ୍ରକାଶ କରିଛନ୍ତି । ଦେଶ ସ୍ୱାଧିନତାର ୭୦ ବର୍ଷ ପରେ ମଧ୍ୟ ବିକାଶ ହୋଇ ନି , ଆମ ଦେଶରେ ଆଜି ମଧ୍ୟ କୋଟି କୋଟି ଲୋକ ଖାଇବା ପାଇଁ ବିକଳ ହେଉଥିବା ପ୍ରକାଶ କରିଛନ୍ତି । ଏପରିକି କଂଗ୍ରେସ ବିଜେପି ଓ ବିଜେଡି ସବୁ ଗୋଟାଏ ନାଉର ମଞ୍ଜି , ଏମାନେ ରାଜ୍ୟ ଓ ଦେଶକୁ ତଳିତଳାନ୍ତ କରିଥିବା ଅଭିଭାଷଣରେ କହିଛନ୍ତି ।