Home Uncategorized ନଡିଆ ଗଛ ପଡି ଶିଶୁକନ୍ୟା ମୃତ !

ନଡିଆ ଗଛ ପଡି ଶିଶୁକନ୍ୟା ମୃତ !


ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡା ଓଆସ ଗ୍ରାମରେ ଅଘଟଣ । ତେବେ ଜଣେ ଶିଶୁକନ୍ୟା ଉପରେ ନଡି ଆ ଗଛ ପଡିଯିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁକନ୍ୟା ହେଲେ ଲିପ୍ସା ରାୟମହାପାତ୍ର । ସୂଚନା ଅନୁଯାୟୀ, ସନ୍ତୋଷ କୁମାର ରାୟମହାପାତ୍ରଙ୍କ ଝିଅ ଲିପ୍ସା ଘରେ ପାଖରେ ଖେଳୁଥିବା ବେଳେ ପାଖରେ ଥିବା ନଡିଆ ଗଛ ଉପରେ ପଡିଯାଇଥିଲା । ତେବେ ସଙ୍ଗେ ସଙ୍ଗେ ପରିବା ଲୋକେ ସିମୁଳିଆ ମେଡିକାଲକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ଦେଖି ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଖବରପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦପାଇଁ ପଠାଇଛି । ତେବେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।