Home ରାଜ୍ୟ ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !

ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !

131

କେନ୍ଦୁଝର: ଘରୁ ମିଳିଲା ସ୍ୱାମୀ, ସ୍ତ୍ରୀଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀରେ । ମୃତକ ଦ୍ୱୟ ହେଲେ ସୁଜିତ ହେମ୍ବ୍ମ ଓ ତାଙ୍କ ସ୍ତ୍ରୀ । ତେବେ ସୁଜିତ ଜଣେ ମେକାନିକାଲ ଇଞ୍ଜିନିୟର ଅଟନ୍ତି । ସେ ରୁଙ୍ଗଟା କମ୍ପାନୀରେ କାମ କରନ୍ତି । ସୂଚନା ମୁତାବକ, ଆଜି ସକାଳୁ ସୁଜିତଙ୍କୁ ତାଙ୍କ ସହେଯାଗୀ ଫୋନ କରିଥିଲେ । କିନ୍ତୁ ସୁଜିତ ଫୋନ ଉଠାଇ ନଥିଲେ । ତେବେ ଯେଉଁଥିପାଇଁ ତାଙ୍କ ସହେଯାଗୀ ଘରକୁ ଚାଲି ଆସିଥିଲେ । ତେବେ ସେ ଦେଖିଥିଲେ ସୁଜିତ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ଚଟାଣ ଏପରେ ପଡିରହିଥିଲା । ସେପଟେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦ୍ନ୍ ଜାରି ରଖିଛି । ଅନ୍ୟପଟେ ତଦନ୍ତ ପରେ ଜଣାପଡିବ ଏହା ହତ୍ୟା ନାଁ ଆତ୍ମହତ୍ୟା । ତେବେ ଏହା ପାରିବାରିକ କହଳରୁ ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି ।