Home ରାଜ୍ୟ କେନାଲରେ ଭାସୁଛି ମୃତଦେହ !

କେନାଲରେ ଭାସୁଛି ମୃତଦେହ !

ଢେଙ୍କାନାଳ ; କେନାଲରୁ ଉଦ୍ଧାର ହେଲା ଦୁଇଟି ମୃତଦେହ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍ର ବାମ କେନାଲରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଥିଲେ। ତେବେ କିପରି ୨ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୃତ ଯୁବକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।
ଆଜି ସକାଳେ କେନାଲ୍ ବନ୍ଧ ଉପରେ ଏକ ବାଇକ୍ର ଭଗ୍ନାଂଶ ଦେଖିବା ପରେ ସ୍ଥାନୀୟ ଲୋକେ ସନ୍ଦେହରେ କେନାଲ୍ ଭିତରେ ନଜର ବୁଲାଇଥିଲେ ଓ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ତେବେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇ କେନାଲ୍ ଭିତରେ ପଡ଼ିଯିବାରୁ ଏ ଘଟଣା ଘଟିଛି ନା ଆଉ କିଛି ଘଟିଛି, ତାହା ଏବେ ବି ସନ୍ଦେହ ଘେରରେ । ଅନ୍ୟପଟେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।