Home ରାଜ୍ୟ ବରିଷ୍ଠ ରାଜନିତିଜ୍ଞ ଦାମ ରାଉତଙ୍କ ନୂଆ ଦଳ ଗଢିବା ପ୍ରସଙ୍ଗ; ଏଠି ବାବା ପୁରୁଣା ବକଳ...

ବରିଷ୍ଠ ରାଜନିତିଜ୍ଞ ଦାମ ରାଉତଙ୍କ ନୂଆ ଦଳ ଗଢିବା ପ୍ରସଙ୍ଗ; ଏଠି ବାବା ପୁରୁଣା ବକଳ ନୂଆ !

ଭୁବନେଶ୍ୱରରୁ (ନରେନ୍ଦ୍ର କୁମାର ଭଞ୍ଜଙ୍କ ରିପୋର୍ଟ) : ବାବା ପୁରୁଣା କିନ୍ତୁ ବକଳ ନୂଆ, କଥାଟା ଶୁଣିଲା ବେଳକୁ ଆପଣକୁ ଟିକେ ବୁଝିବାକୁ ଅଡ଼ୁଆ ଲାଗୁଥିବ । ଯେଉଁ ପୁରୁଣା ବାବାଙ୍କ କଥା କହୁବାକୁ ଯାଉଛୁ ସେ ହେଉଛନ୍ତି, ଓଡ଼ିଆ ଗଣମାଧ୍ୟମ ଦୁନିଆର ଏକୋଇର ବାଳା ତଥା ଓଡିଶାର ବରିଷ୍ଠ ରାଜନିତିଜ୍ଞ ଡ଼ାକ୍ତର ଦାମଦର ରାଉତ । ଓଡ଼ିଶା ରାଜନୀତିର ଏହି ଅପରାଜିତ ନାୟକଙ୍କୁ କେବେ ପରାଜୟ ସ୍ପର୍ଷ କରିନଥିବା ବେଳେ ଅତିତରେ ବିଜୁବାବୁଙ୍କ ଅନ୍ତରଙ୍ଗ ରହିବାସହ ଏବେ ଭଲ ପାଇବା ଅତି ନିବିଡ଼ ଥିବା ଦେଖିବାକୁ ମିଳିଛି । ଯେଉଁ ଦକ୍ଷିଣ ପନ୍ଥିମାନେ କ୍ଷମତା ପାଇଁ ଦଳ ଅଦଳ ବଦଳ କରିବାରେ ବ୍ୟସ୍ତ ରହୁଛନ୍ତି । ସେତିକି ବେଳେ ବାବା ଦାମଦର ନୂଆ ଦଳ ବିଜୁବାବୁଙ୍କ ନାମରେ ବିଜୁ ସମତାକ୍ରାନ୍ତି ଦଳ ଗଢିଛନ୍ତି । ଯାହା ବାବାଙ୍କ ବକଳ ନୂଆ ସଦୃଶ୍ୟ ହୋଇଛି ।
୨୦୧୪ ମସିହା ପୂର୍ବରୁ କଂଗ୍ରେସରେ ପଟ୍ଟନାୟକ ଓ ଜେନା ପରିବାର ମଧ୍ୟରେ ତିକ୍ତତା ଲାଗିଥିବା ବେଳେ ବଳି ପଡ଼ିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଦଳରୁ ବାହାରି ୨୦୧୩ ମସିହା ଡ଼ିସେମ୍ବର ୨୬ ନୂଆ ଦଳ ଆମ ଓଡ଼ିଶା ଗଠନ କଲେ । ଏହାସହ ୨୦୧୪ ସାଧାରଣ ନିର୍ବାଚନରେ ସାରା ଓଡ଼ିଶାରେ ପ୍ରାର୍ଥୀ ଦେଇ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲେ । ଖାଲି ସୌମ୍ୟରଞ୍ଜନ ନୁହଁନ୍ତି, ୨୦୧୪ ମସିହା ପୂର୍ବରୁ ବିଜେଡିର ଚାଣକ୍ୟ ସାଜିଥିବା ପ୍ୟାରୀ ମୋହନ ମହାପାତ୍ର ଦଳରୁ ବିତାଡ଼ିତ ହେବା ପରେ ମଧ୍ୟ ନୂଆ ଦଳ ଗଢି ଓଡ଼ିଶା ଜନମୋର୍ଚ୍ଚା ଦଳ ଗଠନ କରି ବିଫଳତାର ସ୍ୱାଦ ଚାଖିଥିଲେ ।
ପୁରୁଣା ବାବାଙ୍କୁ ଅଗଚୋର ନଥିଲେ ମଧ୍ୟ ବିଜୁବାବୁଙ୍କ ପ୍ରତି ଭଲ ପାଇବା ଅତି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଶୁଣାଯାଉଛି ଦଳ ଅଦଳ ବଦଳ କରିଥିଲେ ଦାମଙ୍କୁ କ୍ଷମତା ଅସମ୍ଭବ ହୋଇନଥାନ୍ତା କିନ୍ତୁ ପୁରୁଣା ବାବାଙ୍କ ଏପରି ନିଷ୍ପତି କାରଣ କଣ ଥାଇ ପାରେ ଆଜି ପର୍ଯ୍ୟନ୍ତ ଅଭିଜ୍ଞ ରାଜନିତିଜ୍ଞ ମାନେ କାରଣ ଖୋଜି ପାଇବାରେ ଅସମର୍ଥ ହୋଇ ପଡ଼ିଛନ୍ତି । ଯାହାକୁ ନେଇ ରାଜ୍ୟ ଶାସକ ଓ ବିରୋଧି ଦଳର ନେତା ଓ ନେତୃତ୍ୱମାନେ କଟାକ୍ଷ କରିବାରେ ବ୍ୟସ୍ତ ରହୁଛନ୍ତି ।
ପୁରୁଣା ବାବା ଡ଼ାକ୍ତର ଦାମୋଦର ରାଉତଙ୍କ ଅଭିଜ୍ଞତା କିଛି ବଖାଣିବାକୁ ଯାଉଛୁ । ବିଜେଡି ପ୍ରାର୍ଥୀ ଭାବେ ୨୦୦୪ରେ ବିଧାନସଭାକୁ ୪ର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ପାରାଦୀପ ଲଗାତର ୩ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରୁ ପ୍ରାର୍ଥୀ ହୋଇ ୧୯୭୭-୮୦, ଜନତାଦଳ (ଏସ)ରୁ ୧୯୮୦-୮୫, ଜନତା ଦଳରୁ ୧୯୯୦-୯୫ ଓ ବିଜେଡିରୁ ୨୦୦୦-୧୮ ଏକକ ଭାବେ ବିଧାନସଭାକୁ ନିର୍ବାଚିତ ହେଉଛନ୍ତି । ୧୯୭୯ ମସିହାରେ ରାଜ୍ୟ ସୂଚନା ଲୋକସମ୍ପର୍କ ମନ୍ତ୍ରୀ, ୧୯୯୦ରେ ପଞ୍ଚାୟତ ରାଜ ମନ୍ତ୍ରୀ, ୨୦୦୪ ମସିହାରେ ରାଜ୍ୟ ସୂଚନା କମିଟିର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ଏହା ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ, ସମବାୟ, ଅବକାରୀ ଓ କୃଷି ଭଳି ଦାୟିତ୍ୱକୁ ସୂଚାର ରୂପେ ତୁଲାଇଛନ୍ତି । ରାଜ୍ୟରେ ବହୁବାଦ ବିବାଦ ଲାଗି ରହିଥିବା ବେଳେ ପରାଜୟ ସ୍ପର୍ଶ କରିନାହିଁ । ଶେଷଥର ପାଇଁ ଏରସମାରୁ କଂଗ୍ରେସର ରମେଶ ଚନ୍ଦ୍ର ସାମନ୍ତରାୟଙ୍କୁ ୨୦ହଜାର ୩୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ କରି ବିଜୟ ଲାଭ କରିଥିଲେ । ଏହାସହ ୨୦୦୯ ମସିହାରେ ପାରାଦୀପରୁ ସ୍ୱାଧିନ ପ୍ରାର୍ଥୀ ରମେଶ ଚନ୍ଦ୍ର ସାମନ୍ତରାୟଙ୍କୁ ୩୦ହଜାର ୩୫୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ଚତୁର୍ଦ୍ଦଶ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ ମଧ୍ୟ ବିଜୟର ବ୍ୟବଧାନ ଆହୁରି ବଢିଥିଲା ।
() ଏହି ଅପରାଜିତ ବିଧାୟକ ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ ପରାଜୟ ସ୍ପର୍ଶ କରିନାହିଁ । ଏପରିକି ବିରୋଧି ଦଳର ନିର୍ବାଚନରେ ଲଢିବାକୁ ଭୟ କରୁଥିବା ଦେଖିବାକୁ ମିଳେ । ଏପରି ସମୟରେ ଦଳରୁ ବିତାଡ଼ିତ ହୋଇ ନୂଆ ଦଳ ଗଢି କେତେ ଦୂର୍ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।