Home ରାଜ୍ୟ ମଣ୍ଡିର ଅବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ; ରୋକିଲେ ରାସ୍ତା !

ମଣ୍ଡିର ଅବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ; ରୋକିଲେ ରାସ୍ତା !

132

ଦେବଗଡ଼: ମଣ୍ଡିର ଅବ୍ୟବସ୍ଥା ବିରୋଧରେ ତାତିଲେ ଚାଷୀ । ଜିଲ୍ଲାର ରିଆମାଳ ନାଉପଡ଼ା ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଚାଷୀମାନେ ଆନ୍ଦୋଳନ କରିଛନ୍ତି । ୫୩ ନମ୍ବର ଜାତୀୟ ରାଜପଥ ଚାଷୀମାନେ ଅବରୋଧ କରିଛନ୍ତି । ଯାହାଫଳରେ ଯାତାୟତ ଠପ୍ ହେବା ସହ ଯାତ୍ରୀମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରତ୍ୟେକ ପଂଚାୟତରୁ ୩୯ ହଜାର କ୍ୱିଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧୬ ହଜାର କ୍ୱିଟାଲ ଧାନ କିଣାଯାଇଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋସ ଲାଗିରହିଥିବା ବେଳେ କର୍ତୃପକ୍ଷ ଗୋଟାଏ ଦିନ ଆଗରୁ ମଣ୍ଡିକୁ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ୟ । ତେବେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ।