Home ରାଜ୍ୟ ପ୍ରାଣ ହରାଇଲେ ଆଉ ୪ ସଂକ୍ରମିତ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ପ୍ରାଣ ହରାଇଲେ ଆଉ ୪ ସଂକ୍ରମିତ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ଭୁବନେଶ୍ୱର :  ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାମଧ୍ୟରୁ ଭଦ୍ରକ ଜିଲ୍ଲାରୁ ଜଣେ ଥିବା ବେଳେ ଗଞ୍ଜାମରୁ ୩ଜଣ ରହିଛନ୍ତି ।

ମୃତ୍ୟୁବରଣ କରିଥିବା ୪ ଆକ୍ରାନ୍ତ ହେଲେ ଭଦ୍ରକର ଜଣେ ୫୮ ବର୍ଷର ବ୍ୟକ୍ତି । ସେ ମଧୁମେହ ଓ କିଡନୀ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମର ଜଣେ ୫୮ ବର୍ଷର ବ୍ୟକ୍ତି ଯିଏକି ଯକ୍ଷ୍ମା ରୋଗରେ ପୀଡିତ ଥିଲେ, ମଧୁମେହ ଓ ହାଇପରଟେନସରେ ଶିକାର ୬୫ ବର୍ଷୀୟା ମହିଳା ଓ ଆଉ ଜଣେ ମଧୁମେହ ପୀଡିତ ମଧ୍ୟ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୫୨ରେ ପହଁଚିଛି ।

ଏହି ତିନି ଜଣଙ୍କ ମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତକଙ୍କ ସଂଖ୍ୟା ୩୦ରେ ପହଞ୍ଚିଥିବା ବେଳେ କଟକରେ ଏହି ସଂଖ୍ୟା ୫ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, ଗଜପତି, ରାୟଗଡ଼ା, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟଙ୍କର ମୃତ୍ୟୁ ହୋଇଛି।
କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ୍ ୭୦୦୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୨୮ ରହିଛି।