Home ରାଜ୍ୟ ଭଲ ଖବର : ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ , ମୋଟ୍ ୨୭୭ ଜଣ...

ଭଲ ଖବର : ସୁସ୍ଥ ହେଲେ ଆଉ ୫୭ ଆକ୍ରାନ୍ତ , ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ

141

ଭୁବନେଶ୍ୱର : ରାଜ୍ୟ ପାଇଁ ଭଲ ଖବର । ପୁଣି ୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ୪୦ ଜଣ ଗଞ୍ଜାମର , ୫ଜଣ ଜଗତସିଂହପୁରର, ୪ଜଣ ମୟୁରଭଞ୍ଜର, ୩ଜଣ ଭୁବନେଶ୍ୱରର, ୨ଜଣ ବଲାଙ୍ଗୀରର, ବାଲେଶ୍ୱର , ସୁନ୍ଦରଗଡ଼ ଓ କେନ୍ଦ୍ରାପଡାର ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ହୋଇଥିବା ବେଳେ ଯାଜପୁରରୁ ୩ ଓ ୨ଜଣ ବାଲେଶ୍ୱରର ରହିଛନ୍ତି । ଯାହାଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୭୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।