Home ରାଜ୍ୟ ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

odisha map

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ଵାରାଣ୍ଟିନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଆଜି ଚିହ୍ନଟ ହୋଇଥିବା ୧୧୦ ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡ଼ାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣ, ନୟାଗଡ଼ରୁ ୪ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବଲାଙ୍ଗୀରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ ୪ ଜଣ, କୋରାପୁଟରୁ ଜଣେ, କେଉଁଝରରୁ ଜଣେ ଓ ବୌଦ୍ଧରୁ ଜଣେ ଚିହ୍ନଟ ହୋଇଛନ୍ତି |