Home ରାଜ୍ୟ ରାଜ୍ୟରେ ଆଜି ଦୁଇ ସଂକ୍ରମିତଙ୍କର ମୃତ୍ୟୁ, କରୋନା ଜନିତ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ରାଜ୍ୟରେ ଆଜି ଦୁଇ ସଂକ୍ରମିତଙ୍କର ମୃତ୍ୟୁ, କରୋନା ଜନିତ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଦୁଇ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଉକ୍ତ ଦୁଇ ବ୍ୟକ୍ତିଙ୍କ ଭିତରୁ ଜଣେ ବରଗଡ଼ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୭୬ ବର୍ଷ ବୋଲି ଜଣାଯାଇଛି। ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ। ଏହା ବରଗଡ଼ର ପ୍ରଥମ କରୋନା ମୃତ୍ୟୁ ।

ଅନ୍ୟଜଣକ ଗଞ୍ଜାମ ଜିଲ୍ଲାର ଜଣେ ପୁରୁଷ ଓ ତାଙ୍କ ବୟସ ୪୯ ବର୍ଷ ବୋଲି ଜଣାଯାଇଛି। ସେ ଅନ୍ୟ ରୋଗରେ ପୀଡ଼ିତ ଥିଲେ। ଉଭୟଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।