Home ରାଜ୍ୟ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଚାଷୀ ସମାବେଶରେ ଯୋଗଦାନ, ବହୁ ପ୍ରକଳ୍ପର ଶିଳାନ୍ୟାସ !

ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଚାଷୀ ସମାବେଶରେ ଯୋଗଦାନ, ବହୁ ପ୍ରକଳ୍ପର ଶିଳାନ୍ୟାସ !

ଗଞ୍ଜାମ: ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ଏକ ହଜାର ୧୧କୋଟିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଗଞ୍ଜାମ ରଙ୍ଗେଇଲୁଣ୍ଡା ପହଂଚି କାର୍ଯ୍ୟକ୍ରମ ଅରମ୍ଭ ହୋଇଥିଲା । ଏହି ଅବସରରେ ଜିଲ୍ଲାର ହଜାର ହଜାର ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ କାଳିଆ ସଂଙ୍ଗିତ ଉନ୍ମଚନ କରିଥିଲେ ମୁଖ୍ୟମନ୍ତ୍ରୀ । ଚାଷୀ ସମାବେଶରେ ଚାଷୀଙ୍କ କାଳିଆ ସମ୍ବୋଧରେ ଅବଗତ ଓ ସଚେତନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାର ୨୫ ହଜାର ଚାଷୀଙ୍କୁ ବିଭିନ୍ନ କୃଷି ଉପକରଣ ବଂଟିବା ସହ ଜନସାଧାରଣଙ୍କୁ କାଳିଆ ସମ୍ବୋଧରେ ଅବଗତ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ୨୩୧ଟି ପ୍ରକଳ୍ପର ଉଦଘାଟନ ଓ ୪୮ଟି ପ୍ରଳ୍ପରର ଶିଳାନ୍ୟାସ କରିଛନ୍ତି । ନିର୍ବାଚନ ନିକଟତର ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏପରି ଗସ୍ତକୁ ଉଭୟ ଦୁଇ ବିରୋଧି ସାମାଲୋଚନା କରିବାରେ ବ୍ୟସ୍ଥ ରହିଛନ୍ତି ।