Home ରାଜ୍ୟ ପୁଣି ନବୀନ ମାରିବେ ମାଷ୍ଟର ଷ୍ଟ୍ରୋକ୍; ରାଜ୍ୟ କ୍ୟାବିନେଟରୁ ବିଦା କରିବେ ୩ ମନ୍ତ୍ରୀ ,...

ପୁଣି ନବୀନ ମାରିବେ ମାଷ୍ଟର ଷ୍ଟ୍ରୋକ୍; ରାଜ୍ୟ କ୍ୟାବିନେଟରୁ ବିଦା କରିବେ ୩ ମନ୍ତ୍ରୀ , ଉପକୂଳରୁ ୨ ଦକ୍ଷିଣରୁ ୧ !


ଭୁବନେଶ୍ୱର : ପୁଣି ନବୀନ ମାରିବେ ମାଷ୍ଟର ଷ୍ଟ୍ରୋକ୍ । ଯାହାକୁ ନେଇ ବିଜେଡି ଶିବିରରେ ପଶିଲାଣି ଛନକା । ରାଜ୍ୟର ଦୁଇ ପୁରୁଖା ରାଜନିତିଜ୍ଞ ବରିଷ୍ଠ ବିଧାୟକ ଡଃ. ଦାମୋଦର ରାଉତ ଓ ସାଂସଦ ବୈ÷ଜୟନ୍ତ ପଣ୍ଡାଙ୍କୁ ଦଳରୁ ବିଦାୟ ଦେବା ପରେ କୁଲ୍ କୁଲ୍ ମୁଖ୍ୟମନ୍ତ୍ରୀ କିଛି ଦିନ ପାଇଁ ନିରବଦଷ୍ଟା ସାଜିଥିଲେ । ରାଜ୍ୟରେ ନିର୍ବାଚନ ନିକଟତର ହେଉଥିବା ବେଳେ କିଛି ନେତା ନେତୃତ୍ୱ ଚର୍ଚ୍ଚାକୁ ଆସିଲେଣି । ଯାହାକୁ ନେଇ ବିଜେଡି ସୁପ୍ରିମୋ କିଛି ମାତ୍ରାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାଜ୍ୟର ଉପକୂଳରୁ ୨ଟି , ଦକ୍ଷିଣରୁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିବ । ଏହି ପୁରୁଖା ନେତା ବାରମ୍ବାର ଚର୍ଚ୍ଚା ଆଲୋଚନାକୁ ଆସୁଥିବାରୁ ତାହା ଭୋଟରଙ୍କ ଉପରେ ପ୍ରଭାବ ପଡ଼ିବା ଚିନ୍ତାରେ ନବୀନ ଏପରି ନିଷ୍ପତି ନେବା ନିଶ୍ଚିତ ହୋଇଛି । ଏହାସହ ଏହି ତିନି ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ହଟାଇ ସାଂଗଠନିକ ଦାୟୀତ୍ୱ ମିଳିବା ନେଇ କିଛି ପ୍ରଶାସନିକ ଅଧିକାରୀଙ୍କ ନିକଟରୁ ସୂଚନା ମିଳିଛି । ତେବେ କେଉଁ ନେତା ଓ ନେତୃତ୍ୱ ନବୀନଙ୍କ ଟାର୍ଗେଟରେ ଅଛନ୍ତି ତାହା ଆମ ପାଠକମାନେ କିଛି ନେତାଙ୍କୁ ଜାଣିଥିଲେ ମଧ୍ୟ ଆଉ ଜଣଙ୍କ ଅସ୍ପଷ୍ଟ ରହିଛନ୍ତି । ଏହାକୁ ଆଉ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବା ନିଶ୍ଚିତ ହୋଇଛି ।