Home ରାଜ୍ୟ ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେବଳ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି ଓଡ଼ିଶା ସରକାରଙ୍କ ପରିଚାଳିତ କୋଭିଡ୍ ହସପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ କରିଛନ୍ତି ।

୫୦୦ ଶଯ୍ୟାବିଶିଷ୍ଟ ପ୍ରଥମ ହସପିଟାଲଟି ଭୁବନେଶ୍ୱରର “କିମସ୍’ରେ ପ୍ରସ୍ତୁତ କରାଯାଇଛି । ୧୫୦ ଶଯ୍ୟାବିଶିଷ୍ଟ ଦ୍ୱିତୀୟ ହସପିଟାଲଟି କଟକର “ଅଶ୍ୱିନୀ ହସପିଟାଲ’ରେ ପ୍ରସ୍ତୁତ ହୋଇଛି । ଉଭୟ ହସପିଟାଲ ଲାଗି ଅର୍ଥ ଯୋଗାଇଛି ଓଡିଶା ଖଣି ନିଗମ ।