Home ଅପରାଧ ରାତିଅଧିଆ ଚୋରି କରି ଧରାପଡିଲା; ନିର୍ଦ୍ଧୁମ ଛେଚିଲେ ବାନ୍ଧିପକାଇଲେ !

ରାତିଅଧିଆ ଚୋରି କରି ଧରାପଡିଲା; ନିର୍ଦ୍ଧୁମ ଛେଚିଲେ ବାନ୍ଧିପକାଇଲେ !

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଦଙ୍ଗଲଗଢିଆ ସାହିରେ ଗତକାଲି ବିଳମ୍ବିତ ରାତିରେ ଚୋର ଚୋରି କରିବାକୁ ଯାଇ ଧରାପଡିଲା ଗ୍ରାମବାସୀଙ୍କ ହାତରେ । ତେବେ ଗ୍ରମାବାସୀମାନେ ମାଡ଼ ମରିବା ସହିତ ଚୋରକୁ ବାନ୍ଧି ପକାଇଥିଲେ । ଏହି ଘଟଣାର ସୂଚନା ପୁଲିସ୍ ପାଇବା ମାତ୍ରେ ସେଠାରେ ପହଞ୍ଚି ଚୋରକୁ ଗ୍ରାମବାସୀଙ୍କ ନିକଟରୁ ଉଦ୍ଧାର କରିଥିଲା । ତା’ପରେ ତାକୁ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।