Home ରାଜ୍ୟ ଶିଶୁଚାଲାଣ ଅଭିଯୋଗରେ ଡାକ୍ତର ଗିରଫ !

ଶିଶୁଚାଲାଣ ଅଭିଯୋଗରେ ଡାକ୍ତର ଗିରଫ !

94

ଜଗତସିଂହପୁର: ବିଦେଶକୁ ଶିଶୁ ଚାଲଣ ଅଭିଯୋଗରେ ଡାକ୍ତର ଗିରଫ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତଦିଂହପୁର ଜିଲ୍ଲାରେ । ଅଭିଯୁକ୍ତ ଡାକ୍ତର ଜଣଙ୍କ ହେଲେ ପରାମାନନ୍ଦ ଆଚାର୍ଯ୍ୟ । ତେବେ ପରାମାନ୍ଦ ହେଉଛନ୍ତି ଆଚାର୍ଯ୍ୟ ନର୍ସିଂ ହୋମର ମାଲିକ । ସୂଚନା ଅନୁ୍ଯାୟୀ, ଗତ ୫ ମାସ ତଳେ ଆଚାର‌୍ୟ୍ୟ ନର୍ସିଂହୋମରେ ଦୁଇଟି ନବଜାତ ଶିଶୁଙ୍କୁ ବିଦେଶକୁ ବେଆଇନ ଭାବରେ ଚାଲାଣ କରିବାକୁ ଉଦ୍ୟମ କରୁଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଜିଲା ସ୍ୱାସ୍ଥ୍ୟ ବିଭାଗ ନର୍ସିଂହୋମରେ ଚଢ଼ାଉ କରିବା ସହ ଦୁଇ ଶିଶୁଙ୍କୁ ଉଦ୍ଧାର କରି ନର୍ସିଂହୋମକୁ ସିଲ କରିଥିଲେ । ତେବେ ପୁଲିସ ଓ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଶିଶୁ ୨ ଜଣଙ୍କର କେହି ସଠିକ ଦାବିଦାର ନମିଳିବାରୁ ସେମାନଙ୍କୁ ଜଗତସିଂହପୁର ଶିଶୁ ଆଶ୍ରମରେ ରଖାଯାଇଛି । ହେଲେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଡାକ୍ତର ପରମାନନ୍ଦ ଆଚାର‌୍ୟ୍ୟଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା । କିନନ୍ତୁ ଅଭିଯୁକ୍ତ ଡାକ୍ତର ଫେରାର ହୋଇ ଯାଇଥିଲେ । ତେବେ ଆଜି ସନ୍ଧ୍ୟାରେ ଅଭିଯୁକ୍ତ ଡାକ୍ତର ଗୋପାଳସାଗର ଠାରେ ଜଣେ ସମ୍ପର୍କୀୟଙ୍କ ଘରେ ଥିବା ଖବର ପାଇ ପୋଲିସ ତାକୁ ଗିରଫ କରିଥିଲା । ତେବେ ଅଭିଯୁକ୍ତ ହାଇକୋର୍ଟରୁ ଆଗୁଆ ଜାମିନ ଆଣିଥିବାରୁ ପଚରାଉଚରା ପରେ ପୋଲିସ ଛାଡିଦେଇଥିବା ଜଣାପଡିଛି ।