ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ । ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ନିଶଙ୍କ ପୋଖରୀୱାଲ । ସକାଳ ୧୦ଟା ସମୟରେ ପରୀକ୍ଷା ଫଳ CBSE ବୋର୍ଡର ୱେବସାଇଟରେ ଉପଲବ୍ଧ ହେବ । cbse.nic.in ଏବଂ cbseresults.nic.in , ଏହି ଦୁଇଟି ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ସୋମବାର ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀର ଫଳାଫଳ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର ଫଳାଫଳ ୮୮.୭୮ ପ୍ରତିଶତ ରହିଛି । ଦ୍ୱାଦଶ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅମାନେ ବେଶ୍ ଭଲ ପ୍ରଦର୍ଶନ କରିଛନ୍ତି ।
https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos