Home ରାଜ୍ୟ ବିଜେଡି-ବିଜେପି ନେତୃତ୍ୱଙ୍କ ଦୁର୍ନୀତିକୁ ନେଇ କାଦୁଅ ଫିଙ୍ଗା; ସୁଯୋଗ ଅପେକ୍ଷାରେ କଂଗ୍ରେସ !

ବିଜେଡି-ବିଜେପି ନେତୃତ୍ୱଙ୍କ ଦୁର୍ନୀତିକୁ ନେଇ କାଦୁଅ ଫିଙ୍ଗା; ସୁଯୋଗ ଅପେକ୍ଷାରେ କଂଗ୍ରେସ !

673

ଭୁବନେଶ୍ୱର: ବୁଡ଼ିଗଲା ଭେଳାକୁ ସହାର ଦେଇଛି ଆଇନ । ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ବଳକଷାକସି, ତାହା ପୁଣି ଦଳର ନେତୃତ୍ୱଙ୍କ ଦୁର୍ନୀତିକୁ ନେଇ । ଠିକ୍ ଏତିକି ବେଳେ ରାଜ୍ୟ କଂଗ୍ରେସକୁ ମୋଉକା ଆସିଥିବା ସାଧାରଣରେ ଚର୍ଚ୍ଚା ଧରିଲାଣି । ରାଜ୍ୟର ବହୁ ନେତା, ନେତୃତ୍ୱ ଚିଟଫଣ୍ଡ, ଖଣି ଦୁର୍ନୀତିରେ ଜଡ଼ିତ ରହିଛନ୍ତି । ଏତିକି ବେଳେ ନିର୍ବାଚନ ନିକଟତର ହେଉଥିବା ବେଳେ ନିଜ ଭିତରେ କାଦୁଅ ଫିଙ୍ଗା ଆରମ୍ଭ ହେଲାଣି । ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ ନିରବ ସିବିଆଇ ନିଦରୁ ଉଠି ବାଇଆ ହୋଇ ବିଜେଡି ଦୁଇ ତୁଙ୍ଗ ବିଧାୟକଙ୍କୁ ନୋଟିସ ଦେଇଛି । ଷ୍ଟାଇଲିସ ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସିବିଆଇ ନୋଟିସ ଦେଇ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଅନ୍ୟପଟେ ରାଜ୍ୟର ଦୁଇ ବିଜେପି ନେତୃତ୍ୱ ଭୃଗୁ ବକ୍ସିପାତ୍ର ଓ ଗୋଳକ ମହାପାତ୍ରକୁ ହତ୍ୟାକଣ୍ଡରେ ଜଡ଼ିତ ଥିବା ନୋଟିସ ପଠାଇଛି ରାଜ୍ୟ ପୋଲିସ । ଏପରି ନୋଟିସକୁ ଦୁଇ ବରିଷ୍ଠ ନେତା ଅବଗତ ନଥିବା ପ୍ରକାଶ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରୁ ଶୁଣିବାକୁ ପାଇଥିବା କହିଛନ୍ତି । ଛତ୍ରପୁର ପୂର୍ବତନ କାଉସିଲର ଲକ୍ଷ୍ମୀଦତ ପ୍ରଧାନ ମାମଲାରେ ବିଜେପି ନେତାଙ୍କୁ ନୋଟିସ ଏକ ରାଜନିତିକ ସଡ଼ଯନ୍ତ୍ର ବୋଲି ବିଜେପି ଅଭିଯୋଗ ଆଣିଛି । ଅପରପକ୍ଷେ ରାଜ୍ୟରେ ଚିଟଫଣ୍ଡ ପ୍ରସଙ୍ଗରେ ୨କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ବହୁ ନେତା ମନ୍ତ୍ରୀ ସିନେମା କଳାକାର ନାମ ଅଭିଯୋଗରେ ସାମିଲ ହୋଇଥିଲେ । ପୂର୍ବରୁ ସିବିଆଇ ମୟୁରଭଂଞ୍ଜ ସାଂସଦ ରାମଚନ୍ଦ୍ର ହାଁସେଦା, ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା, କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ମାମଲାରେ ଚନ୍ଦି ହୋଇଥିବା ବେଳେ ବହୁ ନେତା ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସିବିଆଇ ଟାର୍ଗେଟରେ ଥିଲା । ଏହି ଚିଟଫଣ୍ଡ ସଂସ୍ଥାରେ ବହୁ ଧନ ଜୀବନ ଅଦ୍ୟବିଧି ଯାଉଥିବା ବେଳେ ହିତିଧିକାରୀ ଟଙ୍କା ଫେରସ୍ତ ପ୍ରାୟ ମନରୁ ଲିଭିଗଲାଣି । ଠିକ୍ ଏତିକି ବେଳେ କ୍ଷମତା ଲୋଭି ରାଜନିତିଆମାନେ ନିଜର ପତିଆର ଦେଖାଇବା ପାଇଁ ପୁଣି ନିଜ ନିଜ ଭିତରେ ଭୋଟରଙ୍କ ନିକଟତର ହେବା ପାଇଁ ବଳ ଦେଖାଇବା ଆରମ୍ଭ କରିଛନ୍ତି । ଅନ୍ୟପଟେ ବିଜେପି ଓ ବିଜେଡ଼ିର ଲଢେଇ ଦେଖି ଭାଗବାଂଟ ଛିଡ଼ୁନଥିବା କଂଗ୍ରେସ ଅଭିଯୋଗ ଆଣିଲାଣି । ଏପରି ସୁଯୋଗରେ ରାଜ୍ୟ ପ୍ରଦେଶ କଂଗ୍ରେସ ବିଜେପି ଓ ବିଜେଡିକୁ ଟାର୍ଗେଟ କରିବା ଆରମ୍ଭ କଲାଣି । ଏପରିକି ନିର୍ବାଚନ ନିକଟତର ହୋଇଥିବାରୁ ଏହି ତଥ୍ୟକୁ ନେଇ ସାଧାରଣ ଲୋକଙ୍କ ପାଖକୁ ନେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଲାଣି । ଏପରିକି ଚିଟଫଣ୍ଡ ମାମଲାରେ ଜଡ଼ିତ ନେତା ମନ୍ତ୍ରୀଙ୍କୁ ଗିରଫ ଓ ହିତାଧିକାରୀଙ୍କ ଟଙ୍କା ଫେରସ୍ତ ପାଇଁ ରାଜରାସ୍ତାକୁ ଆସିବା ପାଇଁ ପ୍ରସ୍ତୁତି ହେଲାଣି କଂଗ୍ରେସ । ନିକଟରେ କିଛି ବିଧାୟକ ଦଳରୁ ବିଦା କରିବା ସହ କିଛି ଅସାଧୁ ନେତାଙ୍କୁ ମଧ୍ୟ ଦଳରୁ ବହିସ୍କାର କରି ଦଳକୁ ସନ୍ତୁଳିତ କରିଛି । ଏହାସହ ପଡ଼ୋସୀ ରାଜ୍ୟରେ କଂଗ୍ରେସର ଜିତ୍ତାପଟ ସହ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି । ଯାହା ରାଜ୍ୟ କଂଗ୍ରେସକୁ ଉତ୍ସାହିତ କରିଛି ।