Quick Links
ଭୁବନେଶ୍ବର: ମେଣ୍ଟ ହେଲେ କୌଣସି ହାଲତରେ ପୁରୀ ଲୋକସଭା ଆସନ ବିଜେପି ହାତକୁ ଟେକି ଦେବ ନାହିଁ ବିଜେଡି। ସୋମବାର ଦିନ ନବୀନ ନିବାସରେ ବସିଥିବା ଦଳିୟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ପୁରୀ ଓଡିଶାର ମର୍ଯ୍ୟଦା ପୂର୍ଣ୍ଣ ଆସନ ହୋଇଥିବାରୁ ଏହାକୁ ବିଜେଡି କେବେ ହାତ ଛଡା କରିବ ନାହିଁ। ଏ ନେଇ ବିଜେପି ଶୀର୍ଷ ନେତୃତ୍ବଙ୍କୁ ଦଳ ଅବଗତ କରିଛି ବୋଲି ଜଣାପଡିଛି। ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟ ସରକାର ପୁରୀର ବେଶ କିଛି ଉନ୍ନତି କରିଛନ୍ତି। ଶ୍ରୀମନ୍ଦିର…
ବାଲୁଗାଁ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହି ଭସାପୋଲ। ଭସାପୋଲଟି ଜହ୍ନିକୁଦାରୁ ସାତପଡା ଆଭିମୁଖେ ଯାଉଥିଲା। ଭସାପୋଲରେ ୨ଟି ଚାରିଚକିଆ, ୨୦ଟି ମଟୋର ସାଇକେଲ ସମେତ ୪୦ ଜଣ ଲୋକ ଥିବା ଜଣାପଡିଛି। ସିଡ଼ିଏ ମେକାନିକାଲ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ଦାସଙ୍କ ସୂଚନା ମୁତାବକ ଆଜି ଅପରାହ୍ନ ୧.୩୦ ମିନିଟ ସମୟରେ ଭସାପୋଲଟି ଜହ୍ନିକୁଦାରୁ ବାହାରିଥିବା ବେଳେ କିଛି ସମୟ ଅତିକ୍ରମ କଲା ପରେ ଚିଲିକା ଜଳରାଶିରେ ଅଟକାଇଯାଇଥିଲା। ତେବେ ଭସାପୋଲ ଏସି ପମ୍ପ ଖରାପ ହୋଇଯିବାରୁ ତାହା ଅଟକିଯାଇଥିଲା। ତେବେ କିଛି ସମୟ ପରେ…
ଭୁବନେଶ୍ୱର: ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶା ରାଜ୍ୟ ଏବଂ ଏହାର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮ ପ୍ରତିଶତ ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭ ପ୍ରତିଶତ ଅଟନ୍ତି। ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି…
ନୂଆଦିଲ୍ଲୀ: ମିସ୍ ୱାର୍ଲ୍ଡ-୨୦୨୪ ର ଗ୍ରାଣ୍ଡ୍ ଫାଇନାଲ୍ ଆଜି ଆୟୋଜିତ ହେଉଛି। ୨୮ ବର୍ଷ ପରେ,…
ଖୋର୍ଦ୍ଧା : ଜେଲ ଭିତରୁ ମୋବାଇଲ ମିଳିବା ଘଟଣା ପରେ ଆସାମୀ ଭିତରେ କୁହୁଳୁଛି ଆସନ୍ତି।…
ଭୁବନେଶ୍ବର: କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ଥିବା ମହମ୍ମଦ ମୋକିମଙ୍କୁ ଏକ ବଡ…
ଭୁବନେଶ୍ବର: ଓଡିଶାରେ ମେଣ୍ଟ ହେବ, ଏହି ଚର୍ଚ୍ଚା କିଛିଦିନ ଧରି ନିରବତା ପରେ ଏବେ ପୁଣି…
ଭୁବନେଶ୍ବର: ଆଜି ପ୍ରାର୍ଥୀ ତାଲିକା ଧରି ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେପି ସଭାପତି ମନମୋହନ ସାମଲ।…
ଖୋର୍ଦ୍ଧା: ସାରା ଦେଶରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଲାଗୁ ହୋଇଛି ଆଦର୍ଶ ଆଚରଣ…
ଭୁବନେଶ୍ବର: ଆଜି ନବୀନ ନିବାସରେ ବିଜେଡି ନେତାଙ୍କର ଏକ ବୈଠକ ଆରମ୍ଭ ହୋଇଛି। ଏଥିରେ ଆଗାମୀ…
Election2024: ଶନିବାର ଦିନ ଭାରତ ନିର୍ବାଚନ କମିଶନର ରାଜୀବ କୁମାର ଦେଶର ଲୋକସଭା ଏବଂ ଚାରୋଟି…
ଭୁବନେଶ୍ବର: ଓଡିଶା ରାଜ୍ୟ ସଡକ ପରିବହ ବିଭାଗର ଚାଲୁଥିବା ବସ ସେବାରେ କିଛି ଅଭିଯୋଗ ରହିଛି…
Confirmed
0
Death
0
ବେଦ ହିନ୍ଦୁ ଧର୍ମର ମୁଖ୍ୟ ଧର୍ମଗ୍ରନ୍ଥ ଏବଂ ସଂହିତା,ବ୍ରାହ୍ମଣଭାଗ,ଆରଣ୍ୟକ,ଉପନିଷଦ,ବେଦାଙ୍ଗ,ଉପବେଦର ସମୂହକୁ ବୁଝାଇଥାଏ । ଋଷିମାନେ ଏହାକୁ ଶୁଣିକରି ମନେରଖୁଥିବାରୁ ଏହାର ଅନ୍ୟନାମ ଶ୍ରୁତି କୁହାଯାଏ,ଏହି ବେଦ ପରମ୍ପରାକୁ ମାନୁଥିବା ସନାତନହିନ୍ଦୁ ଧର୍ମୀଙ୍କୁ ଶ୍ରୌତୀ ବା ଶ୍ରୋତ୍ରୀୟ କୁହାଯାଏ । ଯଜ୍ଞର କର୍ମକାଣ୍ଡରେ ଋକ, ଯଜୁଃ ଓ ସାମ-ଏହି ତିନି ବେଦରୁ ମନ୍ତ୍ର ପାଠ କରାଯାଏ । ‘ବ୍ରହ୍ମା’ ଯଜ୍ଞର ଅଧ୍ୟକ୍ଷରୂପେ କାର୍ଯ୍ୟ କରନ୍ତି । ସେ ଚାରିବେଦର ଜ୍ଞାତା ଓ ଅଥର୍ବବେଦର ବିଶେଷଜ୍ଞ । ବେଦ ଆର୍ଯ୍ୟମାନଙ୍କର ଆଦି ଧର୍ମ ଗ୍ରନ୍ଥ ଏବଂ ସମଗ୍ର ପୃଥିବୀର ପ୍ରାଚୀନତମ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଦ ସ୍ୱଂୟ ଭଗବାନଙ୍କର ମୁଖନିଃସୃତ ବାଣୀ ବୋଲି ଆର୍ଯ୍ୟମାନେ ବିଶ୍ୱାସ କରନ୍ତି । ବେଦ ଶବ୍ଦର ଅର୍ଥ ଅଲୌକିକ ଜ୍ଞାନ । ବେଦ ବହୁ ସ୍ତୋତ୍ର, ମନ୍ତ୍ର ଓ ବିଭିନ୍ନ ଉପାଦେୟ ତଥ୍ୟର ସମଷ୍ଟି ମାତ୍ର । ଏହା ବିଭିନ୍ନ ସମୟରେ ବହୁ ଜ୍ଞାନୀ ମୁନି-ଋଷିମାନଙ୍କଦ୍ୱାରା ରଚିତ ହୋଇଥିଲା । ଋଗ୍ବେଦ ବିଜ୍ଞାନକାଣ୍ଡ ଭାବେ ପରିଚିତ ଋଗ୍ବେଦ ହିନ୍ଦୁମାନଙ୍କର ପ୍ରାଚୀନତମ ଆଦି ପୁସ୍ତକ। ଋଗବେଦରେ ଋଚା (ବୈଦିକ ମନ୍ତ୍ର ସଂଖ୍ୟା) ୧୦,୫୮୦। ଏହାର ଅଧିପତି ଗ୍ରହ ବୃହସ୍ପତି,ବାର ଗୁରୁବାର। ଆୟୁର୍ବେଦ ଏହାର ଉପବେଦ । ମନୁଷ୍ୟକୁ ଜ୍ଞାନ ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ ।ଏହାର ୨୧ଟି ଶାଖା ଥିବାର ଚାରଣ ବ୍ୟୁହ ଗ୍ରନ୍ଥରୁ ଜଣାଯାଏ । ଏହାର ସ୍ୱଭାବ ସାତ୍ତ୍ୱିକ ଏବଂ ଏହାକୁ ବାଚିକ ଓ ଉଚ୍ଚସ୍ୱରରେ ପଢାଯାଏ । ଯଜୁର୍ବେଦ କର୍ମକାଣ୍ଡ ଭାବେ ପରିଚିତ ଦ୍ୱିତୀୟ ବେଦ ଯଜୁର୍ବେଦର ବୈଦିକ ମନ୍ତ୍ର ସଂଖ୍ୟା ୧,୯୭୫ କର୍ମ ପ୍ରେରଣା ପ୍ରଦାନ କରିବା ଏହି ମନ୍ତ୍ରମାନଙ୍କର ଲକ୍ଷ୍ୟ । ୟଜୁର୍ବେଦରେ ଧର୍ମ ସମ୍ବନ୍ଧୀୟ କ୍ରିୟାକଳାପ ଏବଂ ଉପାସନାଦି ଅଛି । ଧନୁର୍ବେଦ ଏହାର ଉପବେଦ। ଏହାର ଅଧିପତି ଗ୍ରହ ଶୁକ୍ର, ବାର ଶୁକ୍ରବାର । ଏମାନେ ବହୁଗୋତ୍ରୀ, ଦେବତା ବାୟୁ(ମରୁତ୍ ବା ମାତରିଶ୍ୱା), ଛନ୍ଦ ଉଷ୍ଣିକ୍ । ଯଜୁର୍ବେଦର ଦୁଇଟି ପରମ୍ପରା ଅଛି:୧. ଶୁକ୍ଳ ବା ବାଜସନେୟୀ ଓ ୨. କୃଷ୍ଣ ବା ମିଶ୍ର । ଶୁକ୍ଳ ଯଜୁର୍ବେଦ କୃଷ୍ଣ ଯଜୁର୍ବେଦ ଅପେକ୍ଷା ବେଶି ଆଦରଣୀୟ, କାରଣ ଏଥିରେ ସଂହିତା ଏବଂ ବ୍ରାହ୍ମଣ ଗ୍ରନ୍ଥ ଅଲଗା ହୋଇ ରହିଛି। ସାମବେଦ ଉପାସନା କାଣ୍ଡ ଭାବେ ପରିଚିତ ସାମବେଦର ମନ୍ତ୍ରମାନ ଗାନ କରିବାକୁ ହୁଏ । ଏହାର ଅଧିପତି ଗ୍ରହ ମଙ୍ଗଳ,ବାର ମଙ୍ଗଳବାର । ସାମବେଦ ଅଧ୍ୟାତ୍ମମୁଖୀ, ଏହା ମନୁଷ୍ୟର ଆନ୍ତରିକ ଗୁଣଗୁଡ଼ିକୁ ବିକଶିତ କରେ । ଗାନ୍ଧର୍ବବେଦ (ସଙ୍ଗୀତ ବିଦ୍ୟା) ସାମବେଦର ଉପବେଦ ବା ଅଙ୍ଗ ଅଟେ । ସମ୍ପୁର୍ଣ୍ଣ ସାମବେଦର ମନ୍ତ୍ର ସଂଖ୍ୟା ୧,୮୭୫ । ଅଥର୍ବ ବେଦ ଅଥର୍ବ ବେଦ ୨୦କାଣ୍ଡରେ ବିଭକ୍ତ । ଏହିରେ ସର୍ବମୋଟ ୭୩୧ ସୂକ୍ତ ଓ ୫,୯୭୭ ବୈଦିକ ମନ୍ତ୍ର ରହିଛି । ଅଥର୍ବ ବେଦରେ ଅନେକ ଅଭିଚାର ମନ୍ତ୍ର ଓ ଆପଦରୁ ରକ୍ଷା ପାଇବାପାଇଁ ଅନେକ ଋଚା ଅଛି । ଏହାର ଅଧିପତି ଗ୍ରହ ବୁଧ(ସୌମ୍ୟ)ଓ ବାର ବୁଧବାର । ଏହାର ୯ଟି ଶାଖା, ୫ଟି କଳ୍ପ, ୨୬ଟି କାଣ୍ଡ ଓ ୫୨ଟି ଉପନିଷଦ ଅଛି । ଏହାର ଉପବେଦ ସ୍ଥାପତ୍ୟ,ଅର୍ଥବେଦ ଅଟେ । ଅନ୍ୟ ବେଦମାନଙ୍କର ବହୁକାଳ ପରେ ଏ ବେଦ ପ୍ରାପ୍ତ ହୋଇଥିବା ଅନୁମାନ କରାଯାଏ ।
Sign in to your account