Home ରାଜ୍ୟ ରାଜ୍ୟରେ ଆଜିଠାରୁ ବଢିଲା ବସ୍ ଭଡା

ରାଜ୍ୟରେ ଆଜିଠାରୁ ବଢିଲା ବସ୍ ଭଡା

Bhubaneswar: Buses remain parked at Baramunda Bus Stand as All Odisha Private Bus Owners' Association (AOPBOA) went on strike in Bhubaneswar on March 14, 2018. Passengers and daily commuters suffered immense inconvenience in Odisha as more than 17,000 private buses remained off the roads (Photo: IANS)

ବନେଶ୍ବର : ବଢିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଆଜିଠାରୁ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡା କିଲୋମିଟର ପିଛା ୩ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି ।

ପୂର୍ବରୁ ସାଧାରଣ ବସ୍ ଭଡା କିଲୋମିଟର ପିଛା ୬୭ ପଇସା ଥିଲା ଯାହା ଏଣିକି ୭୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୭୦ ପଇସାରୁ ୭୩ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ବସ୍‌ ପୂର୍ବରୁ କିଲୋମିଟର ପିଛା ୯୫ ପଇସା ଥିଲା । ଯାହା ଏବେ ଠାରୁ ୧ଟଙ୍କା ୧ ପଇସା ହେବ ଏବଂ ଏସି ଡିଲକ୍ସ ବସ୍‌ର ଭଡା କିଲୋମିଟର ପିଛା ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।