Home ରାଜ୍ୟ ୧୯ତମ ପୁସ୍ତକ ମେଳାର ମଜା ନେଉଛନ୍ତି ରାଜଧାନୀବାସି !

୧୯ତମ ପୁସ୍ତକ ମେଳାର ମଜା ନେଉଛନ୍ତି ରାଜଧାନୀବାସି !

ଭୁବନେଶ୍ୱର ; ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆସରା ଜମେଇଛି୧୯ ତମ ରଜ୍ୟସ୍ତରୀୟ ପୁସ୍ତକ ମେଳା । ଜାନୁୟାରୀ ୫ରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳାର ଆଜି ହେଉଛି ଶେଷ ଦିନ । ପ୍ରଦର୍ଶନୀ ପଡିଆର ଗୋଟିଏ ପଟେ ଶିଶିର ଶରଶ ଆସରା ଜମେଇଥିବା ବେଳେ ଅନ୍ୟପଟେ ପୁସ୍ତକ ମେଳା ଆସରା ଜମେଇଛି । ପୁସ୍ତକ ମେଳାରେ ଛୋଟ ଛୋଟ ପିଲାଙ୍କ ଗଳ୍ପ ବହି ଠୁ ଆରମ୍ଭ କରି ବିଭିନ୍ନ ପଢା ଉପେଯାଗୀ ପୁସ୍ତକ,ଉପନ୍ୟାସ,ପବିତ୍ର ଗ୍ରନ୍ଥ ସହ ବିଭିନ୍ନ ଶିକ୍ଷଣୀୟ ପୁସ୍ତକ ସବୁ ସୁଲଭ ମୂଲ୍ୟରେ ମିଳୁଥିବା ଦେଖିବାକୁ ମିଳିୁଛି । ଯାହାର କି ବେସ ଫାଇଦା ଉଠାଉଛନ୍ତି ରାଜଧାନୀ ବାସି । ବିଶେଷ କରି ଛାତ୍ର ଛାତ୍ରୀ ମାନେ ନିଜର ପଢା ଉପେଯାଗୀ ବହୁତ ପୁସ୍ତକ କିଣୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପୁସ୍ତକ ପବ୍ଲିକେସନ ସଂସ୍ଥା ପକ୍ଷରୁ ଷ୍ଟଲ ଦିଆଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବେସ ସହଜରେ ଭଲ ଅଥରଙ୍କର ବହି ପାଇ ପାରୁଛନ୍ତି । ନିଜ ହାତ ମୁଠାରେ ନିଜ ପସନ୍ଦର ସବୁ କିଛି ବହି ସହଜରେ ଏବଂ ସୁଲଭ ମୂଲ୍ୟରେ ପାଉଥିବାରୁ ରାଜଧାନୀ ବାସୀ ମଧ୍ୟ ବେସ ଖୁସି ଏବଂ ବର୍ଷକୁ ଯଦି ୨ ଥର ପୁସ୍ତକ ମେଳା ହୁଏ ତ ଲୋକମାନେ ବହୁ ଉପକୃତ ହେବେ ବୋଲି ରାଜଧାନୀବାସୀ ପ୍ରକାଶ କରିଛନ୍ତି । ଏହାସହ ବହୁ ଶିକ୍ଷାନୁଷ୍ଠାନର ଷ୍ଟଲ ମଧ୍ୟ ଦେଖିବାକୁ ମିଳୁଛି ,ଯାହାଦ୍ୱରା ପିଲାମାନେ ସହଜରେ ଶିକ୍ଷାନୁଷ୍ଠାନ ବିଷୟରେ ଜାଣି ପାରିବା ସହ ବିଭିନ୍ନ କୋର୍ସ ପାଇଁ ଆଡମିସନ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ବର୍ଷ ତମାମ ପୁସ୍ତକ ମେଳାକୁ ଅପେକ୍ଷା କରି ରହିଥିବା ବ୍ୟବସାୟୀ ମାନେ ମଧ୍ୟ ବେଶ ଲାଭ ଉଠାଉଛନ୍ତି । ରାଜ୍ୟ ଏବଂ ରାଜ୍ୟ ବାହାରର ପୁସ୍ତକ ଷ୍ଟଲ ମଧ୍ୟ ଦେଖିବାକୁ ମିଳୁଛି । ପୁସ୍ତକ ମେଳା ଏବଂ ଶିଶିର ସରସର ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କବିତା ଆସର ବେସ ଆତ୍କୃଷ୍ଟ କରୁଛି ଲୋକମାନଙ୍କୁ । ଏହାସହ ବିଭିନ୍ନ ଡିଜାଇନର ଅଳଙ୍କାର , ଘର ଉପେଯାଗୀ ସାମଗ୍ରୀ,ଛୋଟ ପିଲାଙ୍କ ଖେଳଣା,ଆଦରକାରୀ ପଦାର୍ଥରୁ ପ୍ରସ୍ତୁତ ବିଭିନ୍ନ ଡିଜାଇନର ଡ୍ରେସ ଆଦି ଲୋକମାନେ କିଣୁଥିବାବେଳେ ଚଟପଟା ଖାଦ୍ୟର ମଧ୍ୟ ବେସ ନଜା ଉଠାଇଛନ୍ତି ।