Home ମନୋରଞ୍ଜନ ଦୁବାଇ ରେ ଗିରଫ ହେଲେ ବଲିଉଡ ସିଙ୍ଗର ମିକା ସିଂ !

ଦୁବାଇ ରେ ଗିରଫ ହେଲେ ବଲିଉଡ ସିଙ୍ଗର ମିକା ସିଂ !

ଭୁବନେଶ୍ୱର: ଗିରଫ ହେଲେ ଜଣେ ବଲିଉଡ ସିଙ୍ଗର । ତେବେ ଯୌନ ନିର୍ଯାତନା ମାମଲାରେ ବଲିଉଡର ତାରକା ସିଙ୍ଗର ମିକା ସିଂ ଦୁବାଇରେ ଗିରଫ ହୋଇଥିବା ଜଣାପଡିଛି। ତେବେ ସେ ଜଣେ ୧୭ ବର୍ଷୀୟ ବ୍ରାଜିଲିଆନ୍ ଯୁବତୀଙ୍କୁ ଅଶାଳୀନ ଫଟୋ ଫଟାଇବା ଅଭିଯୋଗରେ ଗିରଫ କରିଛି ୟୁଏଇ ପୁଲିସ । ସୂଚନା ଅନୁସାରେ ବଲିଉଡ୍ ନାଇଟ୍ କାର୍ଯ୍ୟକ୍ରମ ପାଇଁ ଦୁବାଇ ଯାଇଥିଲେ ମିକା ସିଂ । ସେଠାରେ ଜଣେ ଯୁବତୀଙ୍କୁ ଅଶାଳୀନ ଫଟୋ ପଠାଇଥିବା ନେଇ ଥାନରେ ଅଭିଯୋଗ କରିବା ପରେ ମିକାଙ୍କୁ ଅଟକ ରଖିଥିଲା ପୁଲିସ୍ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ରାତି ୩ଟାରୁ ମିକାକୁ ଅଟକ ରଖିଥିଲା ପୁଲିସ୍ ଏବଂ ପରେ ଗିରଫ କରିଛି । ଏହି ମାମଲାରେ ପୁଲିସ ତାଙ୍କୁ ଜେରା ମଧ୍ୟ କରିଛି ।
ଅନ୍ୟପଟେ ୨୦୧୬ରେ ମୁମ୍ବାଇର ଜଣେ ମଡେଲ ମିକାଙ୍କ ବିରୁଦ୍ଧରେ ନିର‌୍ୟ୍ୟାତନା ଅଭିଯୋଗ ଆଣିଥିଲେ । ଏହା ପୂର୍ବରୁ ଦିଲ୍ଲୀରେ ଏକ ଇଭେଣ୍ଟ ସମୟରେ ଜଣେ ଡାକ୍ତରଙ୍କ ଉପରକୁ ହାତ ଉଠାଇଥିବା ପାଇଁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ତାହାସହିତ ପୂର୍ବରୁ ରାକ୍ଷୀ ସାୱନ୍ତକୁ ପବ୍ଲିକ ପ୍ଲେସରେ ଚୁମ୍ପନ ଦେଇ ବିବାଦ ଘେରକୁ ଟାଣି ହୋଇଯାଇଥିଲେ ବଲିଉଡ ଗାୟକ ମିକା ସିଂ ।