Home ଦେଶ- ବିଦେଶ ପ୍ରିୟଙ୍କାଙ୍କୁ ବିରୋଧିଙ୍କ ଆରୋପ ଓ ପ୍ରତି-ଆରୋପ ବିଜ୍ଞାପନ କରୁଛନ୍ତି !

ପ୍ରିୟଙ୍କାଙ୍କୁ ବିରୋଧିଙ୍କ ଆରୋପ ଓ ପ୍ରତି-ଆରୋପ ବିଜ୍ଞାପନ କରୁଛନ୍ତି !

ନୂଆଦିଲ୍ଲୀ: କଂଗ୍ରେସ ପ୍ରତ୍ୟେକ୍ଷ ରାଜନୀତିକୁ ପ୍ରିୟଙ୍କା ଆସିବା ଘୋଷଣା ପରେ ବିରୋଧିଙ୍କ ଆରୋପ ଓ ପ୍ରତି ଆରୋପ ଥମିବାର ନାଁ ଧରୁନାହିଁ । କେହି କେହି ସୁନ୍ଦରୀ କହି ଆରୋପ ଆଣୁଥିବା ବେଳେ ଆଜି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରିୟଙ୍କାଙ୍କ ଉପରେ ଆପତ୍ତିଜନକ ଟିପଣି ଦେଇଛନ୍ତି । ଆଜି ଏନଆଇ ନ୍ୟୁଜ୍ ଏଜେନ୍ସିକୁ ଏପରି ଟ୍ୱିଟ୍ କରିଛନ୍ତି । କହିଛନ୍ତି ପ୍ରିୟଙ୍କାଙ୍କୁ ବାଇପୋଲାରିଟି ରୋଗ ହୋଇଥିବା ପ୍ରକାଶ କରିଛନ୍ତି । ଏହି ରୋଗର ଲକ୍ଷଣ ମଣିଷ ସାଧାରଣ କଥାରେ ହଂସା ଅପଣାଇଥାଏ । ଏପରିକି ଅନେକ ସମୟରେ ଲୋକଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତାଙ୍କ ପୂର୍ବରୁ ବିଜେପି ନେତା କୈଳାସ ବିଜୟଭର୍ଗୀୟ, ଓ ବିହାରର ବିଜେପି ନେତା ବିନୋଦ ନାରାୟଣ ଝା ମଧ୍ୟ ସୁନ୍ଦରୀ କହି ଆରୋପ ଲାଗାଇଥିଲେ । ଏପରି ବିବାଦିୟ ମନ୍ତବ୍ୟ ପ୍ରୟଙ୍କାଙ୍କ ବିଜ୍ଞାପନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ଉତରପ୍ରଦେଶରେ କଂଗ୍ରେସର ହାତ ଅଖିଲେଶ ଛାଡ଼ିବା ପରେ କଂଗ୍ରେସ ପିୟଙ୍କା କାର୍ଡ଼ ଖେଳିଥିଲା । ଗୋଟାଏ ପଟେ ପିଜେପି ଏକକ ଭାବେ ରାଜ୍ୟରେ କ୍ଷମତା ଦଖଲ କରିଥିବା ବେଳେ ଏହାକୁ ଟକ୍କର ଦେବା ପାଇଁ ସାଇକେଲ ଓ ହାତୀ ମେଂଟ ବାନ୍ଧି ଆଗାମୀ ନିର୍ବାଚନରେ ଲଢିବାକୁ ଘୋଷଣା ପରେ କଂଗ୍ରେସ ପ୍ରିୟଙ୍କା କାର୍ଡ଼ ଖେଳିଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରିୟଙ୍କା ପରୋକ୍ଷ ରାଜନୀତିରେ ଭାଇ ଓ ମାଆ ପାଇଁ ନିର୍ବାଚପ ପ୍ରଚାର କରୁଥିବା ବେଳେ ଏବେ ପତ୍ୟେକ୍ଷ ରାଜନୀତିକୁ ଆସିବା ପରେ ବିଜେପି ଶିବିରରୁ ଆରୋପ ପ୍ରତ୍ୟାରୋପ ଆସୁଛି । ଯାହା ବିଜେପି ପ୍ରିୟଙ୍କାଙ୍କୁ ଲୋକପ୍ରିୟତାର ବିଜ୍ଞାପନ କରୁଥିବା କଂଗ୍ରେସ ପ୍ରତିକ୍ରିୟା ରଖିଛି ।