Home ରାଜ୍ୟ ମାସ୍କ କିଣାରେ ହୋଇନି ଦୁର୍ନୀତି : ବିଜେଡି

ମାସ୍କ କିଣାରେ ହୋଇନି ଦୁର୍ନୀତି : ବିଜେଡି

ଭୁବନେଶ୍ବର : ଅପପ୍ରଚାରର ଅପଚେଷ୍ଟା ନକରୁ କଂଗ୍ରେସ । ସଜ ମାଛରେ ପୋକ ପକାଇବାକୁ କଂଗ୍ରେସ ଚେଷ୍ଟା କରୁଛି ବୋଲି ସମ୍ବାଦିକ ସମ୍ମଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଯଦି କିଛି ପ୍ରମାଣ ଅଛି ତେବେ କଂଗ୍ରେସ କୋର୍ଟ ଯାଉ । ସାଢେ ୪ କୋଟି ଲୋକଙ୍କ ତ୍ୟାଗକୁ କୁଠାରଘାତ ନକରୁ କଂଗ୍ରେସ ।

ମାସ୍କ, ପିପିଇ କିଟ୍ ରିଣିବା ନେଇ ଟେକ୍ନିକାଲ କମିଟି ଗଠନ ହୋଇଥିଲା । ୫ କୋଟି ମାସ୍କ ପାଇଁ ଟେକ୍ନିକାଲ କମିଟି ସୁପାରିଶ କରିଥିଲା । ଲକ୍ ଡାଉନ୍ ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବଢିବାରୁ ଦର ବଢିଲା । ମଣିଷ ଜୀବନ ବଞ୍ଚାଇବା ଉପରେ ଆମେ ଗୁରୁତ୍ବ ଦେଉଛୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ମାସ୍କର ଟଙ୍କାଏ, ଦୁଇ ଟଙ୍କା ଦର ବୃଦ୍ଧିକୁ ଆମେ ଗୁରୁତ୍ବ ଦେଉନାହୁଁ ।

କଂଗ୍ରସ ଯେଉଁ ଲମ୍ବା ପ୍ରଶ୍ନ କରୁଛି କରୋନା ମହାମାରୀ ସମୟରେ କ’ଣ କରିଛି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି । ସତ ସାହସ ଅଛି ଯଦି ହାଇକୋର୍ଟ ଯାଆନ୍ତୁ । କଂଗ୍ରେସ ଯାହା କରୁଛି ଶସ୍ତା ରାଜନୀତି କରୁଛି । ଲୋକେ ଦେଖୁଛନ୍ତି । ଭାରତୀୟ ଜନତା ପାର୍ଟିକୁ ପଚାରନ୍ତୁ କାହିଁକି କେନ୍ଦ୍ର ସରକାର ୧୦ ଟଙ୍କାରୁ ୧୬ଟଙ୍କା ବଢ଼େଇଲା । ବିଜେପି ଶାସିତ ରାଜ୍ୟ କାହିଁକି କିଣିଲେ ।

କରୋନା ଯୋଦ୍ଧା ସୁରକ୍ଷିତ ଭାବେ କାମ କରୁଛନ୍ତି । ପଶ୍ଚିମ ଓ ଦକ୍ଷିଣ ଭାରତରେ ଉତ୍ପାଦନ ହେଉଛି । ଡିମାଣ୍ଡ ବଢିବାରୁ ପ୍ରାଇସ ବଢିଲା । କେନ୍ଦ୍ର ସରକାର ୧୦ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ପୁଣି ୨୪ ମାର୍ଚ୍ଚରେ ୧୬ ଟଙ୍କା ବଢାଇଲେ। କେନ୍ଦ୍ର ଧାର୍ଯ୍ୟ କରିଥିବା ୧୬ ଟଙ୍କାରୁ ଓଡିଶା ଅଧିକ ଦରରେ କିଣିନାହିଁ ।

ଅନ୍ୟ ରାଜ୍ୟ କେରଳରେ ୧୬ ଟଙ୍କା, ମହାରାଷ୍ଟ୍ରରେ ୧୬ ଟଙ୍କା, ତାମିଲନାଡୁରେ ୧୬ ଟଙ୍କା, କାର୍ଣ୍ଣାଟକରେ ୧୭.୮୯ ଟଙ୍କା, ପଶ୍ଚିମବଙ୍ଗରେ ୧୭ ଟଙ୍କ, ତାମିଲନାଡୁରେ ୧୬ ଟଙ୍କା, ଗୁଜୁରାଟରେ ୨୦ ଟଙ୍କା ରହିଛି । କେନ୍ଦ୍ର ସରକାର ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର ସେହି ମୂଲ୍ୟରେ କିଣିଛନ୍ତି । କିଛି ଦୁର୍ନୀତି ହୋଇନାହିଁ । କେନ୍ଦ୍ର ସରକାରଙ୍କ ଆଇନ ଅନୁସାରେ ମେଡିକାଲ ଉପକରଣ କିଣା ହୋଇଛି ।