Home ରାଜ୍ୟ ବିଜୟ, ଦିଲ୍ଲୀପଙ୍କ ପାଇଁ ରାସ୍ତା ସଫା କଲା ବିଜେଡି; ଅନ୍ୟପଟେ ନବ, ପ୍ରକାଶ, ଅଂଶୁମାନଙ୍କ ହାତ...

ବିଜୟ, ଦିଲ୍ଲୀପଙ୍କ ପାଇଁ ରାସ୍ତା ସଫା କଲା ବିଜେଡି; ଅନ୍ୟପଟେ ନବ, ପ୍ରକାଶ, ଅଂଶୁମାନଙ୍କ ହାତ ଶଙ୍ଖ ଫୁଙ୍କିବା ନିଶ୍ଚିତ !

ଭୁବନେଶ୍ୱର(ନରେନ୍ଦ୍ର କୁମାର ଭଞ୍ଜଙ୍କ ରିପୋର୍ଟ) ଆଗରୁ ବାଟ ସଫକରି ଦେଲା ବିଜେଡି । ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଧାୟକ ଦୀଲ୍ଲିପ ରାୟ ବିଜେପିରୁ ଗୋଡ଼ ଟେକି ଦେଇ ନବୀନଙ୍କୁ ଇସାରା ଦେଉଥିବା ବେଳେ, ବିଜେଡି କୋଳେଇ ନେବାସହ ରାସ୍ତା ସଫା କରି ଦେଇଛି । ଏହାସହ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ରାଜ୍ୟ ସଭାକୁ ନେବା ପାଇଁ ଦଳ ସ୍ଥିର କରି ମଧୁର ପ୍ରତିଶ୍ରୁତି ଦେଇଛି । ଯାହାଫଳରେ ଦୁଇ ହେବିୱଟ୍ ନେତା ଆଗାମୀ ଦିନରେ ବିଜେଡିର ପ୍ରତିଷ୍ଠା ଦିବସରେ ଶଙ୍ଖ ଫୁଙ୍କିବା ନିଶ୍ଛିତ ହୋଇଛି । ଯାହା ରାଜ୍ୟ ରାଜନୀତିରେ କିଛି ଦିନ ହେବ ହେଉଥିବା ହଟଚମଟ୍ ପରିସମାପ୍ତି ଘଟିବ । ଏହାକୁ ରାଜ୍ୟବାସୀ ବିଜେଡିର ପ୍ରତିଷ୍ଠା ଦିବସରେ ଦେଖିବାର ସୁଯୋଗ ପାଇବେ । ଏହାସହ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବେ, ଅନୁଭବ ମହାନ୍ତିଙ୍କୁ ଇସ୍ତଫା ଦେବାପାଇଁ ଦଳ ପକ୍ଷରୁ ଆସଛି କାଳେ ନିର୍ଦ୍ଦେଶ । ରାଜ୍ୟସଭା ସାଂସଦ ପ୍ରସନ୍ନ ଓ ପ୍ରତାପଙ୍କ କାର୍ଯ୍ୟକାଳ ୨୦୨୨ ମସିହା ପର୍ଯ୍ୟନ୍ତ ଥିବାବେଳେ ଅନୁଭବଙ୍କ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ରହିଛି । ଏପରି ତରବରିଆ ଭାବରେ ଦଳ ନିଷ୍ପତି ନେଇଛି ଲାଗୁଛି ବୈଜୟନ୍ତ ଓ ଦାମଙ୍କ ଇସ୍ତଫା ପୂର୍ବ ଓଡ଼ିଶାରେ ଦଳ ଦୁର୍ବଳ ହୋଇଥବା ସାଧାରଣରେ ଚର୍ଚ୍ଚା ହେଉଛି । ଯେଉଥି ପାଇଁ ବିଜେଡି ସାଂସଦ ଅନୁଭବଙ୍କୁ କେନ୍ଦ୍ରାପଡ଼ା ଲୋକସଭାରେ ଉଭା ହେବା ନେଇ ଦଳ ସ୍ଥିର କରିଛି । କଂଗ୍ରେସ କରାୟତ କରିଥିବା ଆଳି ବିଧାନସଭାରେ ପ୍ରତାପ ଦେବ ଲଢିବା ନେଇ ଦଳ ବ୍ଲପ୍ରିଟିଂ ପ୍ରସ୍ତୁତି କରିଛି । ଏହାସହ ପୂର୍ବରୁ ବିଜେପୁର ପରାଜିତ ହୋଇ ରାଜ୍ୟସଭାକୁ ଯାଇଥିବା ପ୍ରସନ୍ନ ଆଚାର୍ଯ୍ୟ ପୂନ୍ନରବାର ବିଧାନସଭାରେ ଆସିବା ନେଇ ସ୍ଥିର ହୋଇଛି । ଅନ୍ୟପଟେ ବରିଷ୍ଠ ବିଧାୟକ ପୂର୍ବତନ ମନ୍ତ୍ରୀ ଦାମ ରାଉତଙ୍କ ପାଇଁ ଦଳ ରଣନୀତି ପ୍ରସ୍ତୁତି କରିଛି । ଏଥିପାଇଁ କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ ପାରାଦୀପ ବିଧାନସଭାରେ ବଳ ଦେଖାଇବା ନେଇ ନିର୍ଦ୍ଦେଶ ହୋଇଛି ।
ଅନ୍ୟପଟେ କଂଗ୍ରେସର ହାତ ଛାଡ଼ିବା ନେଇ ଇସାରା ଦେଇଥିବା ଝାରସୁଗୋଡ଼ା ବିଧାୟକ ନବ ଦାସ, ସାଲେପୁର ବିଧାୟକ ପ୍ରକାଶ ବେହେରା, କେନ୍ଦ୍ରାପଡ଼ା କଂଗ୍ରେସର ଯୁବନେତା ଅଂଶୁମାନ ମହାନ୍ତି ହାତ ଏବେ ଶଂଙ୍ଖ ଫୁଙ୍କିବା ନେଇ ସ୍ଥିର କରିଛନ୍ତି । ଯେଉଁ କ୍ଷମତା ପାଇଁ ହାତ ଏବେ ଶଂଙ୍ଖ ଧରିବ ତାହା ରାଜ୍ୟବାସୀ ବିଜେଡିର ପ୍ରତିଷ୍ଠା ଦିବସରେ ଦେଖିବାକୁ ପାଇବେ । ଏହାସହ ବିଜେଡି ଯଦି ଝାରସୁଗୋଡ଼ାରେ ନବ ଦାସ, କେନ୍ଦ୍ରାପଡ଼ା ଅଂଶୁମାନ ଓ ସାଲେପୁରରେ ପ୍ରକାଶ ଲଢନ୍ତି ତେବେ ପୁରୁଣା ବିଜେଡି ଗୋଡ଼ ଟେକିବା ନେଇ ସୂଚନା ମିଳୁଛି । ଏହାଦ୍ୱାରା ବିରୋଧିଙ୍କ ପାଇଁ କିଛି ମାତ୍ରାରେ ମୋଉକା ମିଳିବା ନେଇ ଆଭାସ ମିଳୁଛି ।