ଭୁବନେଶ୍ୱର : ଭୁବନେଶ୍ବରର ସମସ୍ତ କଣ୍ଟେନମେଣ୍ଟ ଜୋନ୍ ତଥା ଆବଦ୍ଧାଞ୍ଚଳ ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରୁ ଆବଦ୍ଧାଞ୍ଚଳ କଟକଣା ହଟାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା ୧୩୯୩୮ରେ ଏହା ସ୍ପଷ୍ଟ କରାଯାଇଛି। ଆଗାମୀ ୭ ଦିନ ଯାଏ ଉପରୋକ୍ତ ୩ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ନିରନ୍ତର ସେବା ଯୋଗାଇ ଦିଆଯିବ। ତା ସାଙ୍ଗକୁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବି ଚାଲୁ ରହିବ। ସମ୍ପୃକ୍ତ ଅଞ୍ଚଳରୁ ବ୍ୟାରିକେଡ୍ ହଟାଇବା ପାଇଁ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସମ୍ପୃକ୍ତ ଜୋନ୍ର ଜୋନାଲ ଡେପୁଟି କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୂତାବକ, କଣ୍ଟେନ୍ମେଣ୍ଟ ଜୋନ୍ରେ ଥିବା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ବିଏମ୍ସି ଭୁବନେଶ୍ୱରରୁ କଣ୍ଟେନ୍ମେଣ୍ଟ କଟକଣା ହଟାଇବାକୁ ସ୍ଥିର କରିଛି। ନିୟୋଜିତ ଡାକ୍ତରୀ ଦଳ ଦେଇଥିବା ସୂଚନାରୁ ଭୁବନେଶ୍ୱରରେ ଗୋଷ୍ଠି ସଂକ୍ରମଣ ହୋଇ ନ ଥିବା ଜଣାପଡ଼ିଛି। ବିଶେଷକରି ଚିହ୍ନଟ ଆକ୍ରାନ୍ତଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ଗୋଟିଏ ଦୁଇଟି ସ୍ଥାନରେ ପାଖ ପଡୋଶୀଙ୍କ ନିଟକରେ ଲକ୍ଷଣ ଦେଖାଦେଇଛି ସତ କିନ୍ତୁ କ୍ୱାରାଣ୍ଟାଇନ୍ରେ ରହିବା ସହ ଉଚିତ୍ ସତର୍କତା ଅବଲମ୍ବନ କରିବା ଫଳରେ ସେମାନେ ସଂକ୍ରମଣରୁ ବର୍ତ୍ତିଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ୧ ତାରିଖ ଦିନ ସୂର୍ଯ୍ୟନଗରରୁ ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ତାରିଖରେ ସମ୍ପୃକ୍ତ ବ୍ୟକ୍ତଙ୍କ ପରିଚୟ ପ୍ରକାଶ କରିବା ସହ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରାଯାଇଥିଲା। ସେହିପରି ୩ରେ ବମିଖାଲ, ୫ରେ ସୁନ୍ଦରପଦା, ଯଦୁପୁର ଓ ବେଗୁନିଆ ଅଞ୍ଚଳ ଏବଂ ୭ରେ ସତ୍ୟନଗର ଅଞ୍ଚଳ ସିଲ୍ ହୋଇଥିଲା। ଏହି ମଧ୍ୟରେ ଗତ ୧୩ ତାରିଖରେ ସୁନ୍ଦରପଦା, ଯଦୁପୁର ଓ ବେଗୁନିଆ ଅଞ୍ଚଳରୁ ଆବଦ୍ଧାଞ୍ଚଳ କଟକଣା ହଟାଯିବା ସହ ସମ୍ପୃକ୍ତ ୩ ଅଞ୍ଚଳକୁ ଆକ୍ଟିଭ୍ ସର୍ଭେଲାନ୍ସରେ ରଖାଯାଇଥିଲା। ବୁଧବାର ଉକ୍ତ ଅଞ୍ଚଳରୁ ଆକ୍ଟିଭ୍ ସର୍ଭେଲାନ୍ସ ହଟାଯିବା ସହ ୨୧ ଦିନ ପରେ ସୂର୍ଯ୍ୟନଗର, ୨୦ ଦିନ ପରେ ବମିଖାଲ ଓ ୧୪ ଦିନ ପରେ ସତ୍ୟନଗର ଅଞ୍ଚଳକୁ କଟକଣା ମୁକ୍ତ କରାଯାଇଛି।
ଭୁବନେଶ୍ୱରରୁ ହଟିଲା କଣ୍ଟେନମେଣ୍ଟ ଜୋନ୍
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.