Home ରାଜ୍ୟ ଭୁବନ ସହର ହେଲାଣି ପ୍ରଦୂଷଣ ; ତୁରନ୍ତ ପ୍ରତିକାର ନହେଲେ ଆନ୍ଦୋଳନ ଚେତାବନୀ !

ଭୁବନ ସହର ହେଲାଣି ପ୍ରଦୂଷଣ ; ତୁରନ୍ତ ପ୍ରତିକାର ନହେଲେ ଆନ୍ଦୋଳନ ଚେତାବନୀ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ NAC ଅନ୍ତର୍ଗତ ୱାର୍ଡନଂ ୨ ଓ ୩ ନୂଆଭବନରେ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀଟି ଗ୍ରାମବାସୀମାନେ ପ୍ରଦୂଷଣକୁ ବିରୋଧକରି ଅୟୋଜନ କରିଥିଲେ । ଜାତୀୟ ରାଜପଥ ୫୩ ନୂଆଭୁବନ ଛକ ଠାରୁ ପର୍ଯ୍ୟଟନ ସ୍ଥଳୀ ବାବା ବୃଦେ୍ଧଶ୍ୱର ମନ୍ଦିରପ୍ରାଙ୍ଗଣକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଦୈନିକ ୫୦୦ରୁ ଅଧିକ ଟ୍ରକ, ଟ୍ରାକ୍ଟର ଓ ହାଇୱା ଦ୍ୱାରା ବ୍ରହ୍ମଣୀ ନଦୀରୁ ବାଲି ବୋଝେଇ ଯାଉଥିବାରୁ ପରିବେଶ ଦୁଷିତ ହେବାରେ ଲାଗିଛି । ଯାହାଦ୍ୱାରା ଭିବିନ୍ନ ପ୍ରକାରର ରୋଗରେ ଆକ୍ରନ୍ତ ହେଉଛନ୍ତି ଗ୍ରମବାସୀ ଯେପରିକି ଶ୍ୱାସ ଓ ଯକ୍ଷ୍ମା, ଛୋଟ ଛୋଟ ପିଲାମାନେ କାଛୁ କୁଣ୍ଡିଆ ରୋଗରେ ଆକ୍ରନ୍ତ ହେଉଛନ୍ତି । ଏନେଇ ଜାନୁଆରୀ ୨୬ ତାରିଖ ସୁଧା ଯଦି ଏହାର ସମାଧାନ ନକରାଯାଏ ତେବେ ୱାର୍ଡ ନଂ୨ ଓ ୩ର ବାସୀ ଜାନୁଆରୀ ୨୭ତାରିଖ ସକାଳ ୬ଘଟିକାରୁ ଅନିର୍ଦ୍ଧିଷ୍ଟ କାଳ ବୁଦେ୍ଧଶ୍ୱର ମନ୍ଦିର ରାସ୍ତାରେ ଯାଉଥିବା ବାଲି ବୋଝେଇ ଗାଡ଼ିକୁ ଅଟକାଯିବା ସହ NAC କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କମିଟିର ସମ୍ପାଦକ ନରେନ୍ଦ୍ର କୁମାର ସାହୁ କହିଛନ୍ତି ।