Home ରାଜ୍ୟ ବାରଙ୍ଗ ହତ୍ୟାକାଣ୍ଡର ଫିଟିଲା ଗୁମର; ତ୍ରୀକୋଣୀୟ ପ୍ରେମରୁ ହୋଇଥିଲା ହତ୍ୟାକାଣ୍ଡ !

ବାରଙ୍ଗ ହତ୍ୟାକାଣ୍ଡର ଫିଟିଲା ଗୁମର; ତ୍ରୀକୋଣୀୟ ପ୍ରେମରୁ ହୋଇଥିଲା ହତ୍ୟାକାଣ୍ଡ !

ଭୁବନେଶ୍ୱର: କଟକ ନରାଜ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ହତ୍ୟା ଗୁମର ପୋଲିସ ଖୋଲିଛି । ଏହି ରହସ୍ୟମୟ ହତ୍ୟାର ପେଡ଼ିକୁ ସର୍ବସମ୍ମ୍ୁଖରେ ଖୋଲିଲା କମିଶନରେଟ୍ ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି । ଏହାସହ ୮ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେବାସହ ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବାଇକ ଓ ବନ୍ଧୁକ ଜବତ କରିଛି । ମୃତ ସୁନିଲ କୁମାର ପୂର୍ବରୁ ଢେଙ୍କାନାଳରେ ଏକ ଘରୋଇ କଲେଜରେ କାମ କରୁଥିବା ବେଳେ ସେଠାରେ ଜଣେ ଅଧ୍ୟାପିକାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ଅଧ୍ୟାପିକାଙ୍କୁ ବହୁବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏପରିକି କଥାରେ ରାଜି ନହେବାରୁ ଦରମା ମଧ୍ୟ ବନ୍ଦ କରିଦେଉଥିଲେ । ଯାହାକୁ ନେଇ ଅଧ୍ୟାପିକା ଜଣଙ୍କ ବାଲ୍ୟବନ୍ଧୁ ନିରଞ୍ଜନଙ୍କୁ ଜଣାଇଥିଲେ । ତେବେ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ପୋଲିସ ନିରଞ୍ଜନ ମୋବାଇଲକୁ ଟ୍ରକ୍ କରି କଟକ ଅନନ୍ଦବଜାରରୁ ଗରଫ କରି କୋର୍ଟ ଚାଲାଣ କରିଛି ।