Home ରାଜ୍ୟ ରାଜଧାନୀ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ; ରୋଗୀ ଭୟଭୀତ !

ରାଜଧାନୀ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ; ରୋଗୀ ଭୟଭୀତ !

ଭୁବନେଶ୍ୱର: ରାଜଧାନୀ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ପଞ୍ଚମ ମହଲାରେ ବ୍ୟାଟେରି ରୁମ୍ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ତେବେ ଖବରପାଇଁ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଅଗ୍ନକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହାର କାରଣ ଖୋଜୁଛନ୍ତି ଅଗ୍ନିଶମ କର୍ମଚାରୀ । ଏହି ଅଗ୍ନକାଣ୍ଡ ଯୋଗଁ ରୋଗୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଅଗ୍ନକାଣ୍ଡରେ ରୋଗୀ ମାନଙ୍କ ସୁରକ୍ଷା ଦୁଷ୍ଟିରୁ କତ୍ତୃପକ୍ଷ ଆଇସିୟୁରୁ ରୋଗୀମାନଙ୍କୁ ବାହାରକୁ ଆଣି ଚିକିତ୍ସା କରୁଛନ୍ତି ।