Home ରାଜ୍ୟ ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ...

ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !

ବରଗଡ଼: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳି ଯେ କେତେ ଯେ କରୁଣ ହୋଇପାରେ । ନିଜ ଜନ୍ମ କଲା ଝିଅ ଉପରେ ରାଗ ଶୁଯାଇଲା ଦେଲା ନିଷ୍ଟୁର ବାପ । କିରୋସିନ ଢାଳି ମାଆ ଓ ଝିଅ ଉପରେ ନିଆଁ ଲଗାଇ ଦେଲା । ଘଟଣାସ୍ଥଳରେ କିନି ଝିଅ ମୃତ୍ୟୁ ହୋଇଥିବା ବେଳେ ମାଆ ଅଳ୍ପକେ ବର୍ତ୍ତି ଯାଇଛି । ବରଗଡ଼ ଜିଲ୍ଲା ଅତାବିରା ଥାନା କୁକେତିରା ଗାଁରେ ଏପରି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ୪ମାସ ପୂର୍ବରୁ ଏହି ଛୋଟ ପରିବାର ଟିଟିଲାଗଡ଼ରୁ ଆସି ଗାଁର ସନ୍ତୋସ ନାୟକଙ୍କ ଘରେ ଭଡ଼ାରେ ରହୁଥିଲେ । ସ୍ୱାମୀ ଟେମ୍ପୁ ଚଲାଉଥିବା ବେଳେ ସ୍ତ୍ରୀ ନିକଟ ଦୋକାନରେ କାମ କରି ଜୀବିକା ନିର୍ଭାହ କରୁଥିଲେ । ଗତ ମଙ୍ଗଳବାର ଦିନ ରାତିରେ କୌଣସି କାରଣ ଝଗଡ଼ା ଲାଗି ଥିଲା । ଏଥିରେ ସ୍ୱାମୀ ରାଗିଯାଇ ଝିଅ ଲିଜା ଓ ସ୍ତ୍ରୀ କସ୍ତୁରୀ ଉପରେ କିରୋସିନ ନିଆଁ ଲଗାଇ ଦେଇଥିଲା । ଖବରପାଇ ଅତାବିରା ପୋଲିସ ଘଟଣାସ୍ଥଳରେ ପହଂଚି ଝିଅର ମୃତ ଦେହକୁ ଜବତ କରିବା ସହ ଅଭିଯୁକ୍ତ ବାପକୁ ଗିରଫ କରିଛି ।