Home ରାଜ୍ୟ ବରଗଡ଼ ସଦର ଥାନା ସଁୟା ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କେମିକାଲ ଟ୍ରକ !

ବରଗଡ଼ ସଦର ଥାନା ସଁୟା ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କେମିକାଲ ଟ୍ରକ !

ବରଗଡ଼: ସଦର ଥାନା ସଁୟା ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କେମିକାଲ ବୋଝେଇ ଟ୍ରକ । ଓଲଟି ପଡ଼ିବାରୁ ଟ୍ୟାଙ୍କରଟି ନିଆଁ ଲାଗି ଭସ୍ମୀଭୂତ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ । ସୂଚନାଅନୁଯାୟୀ କେମିକାଲ ଟ୍ୟାଙ୍କରଟି ଗୁଜୁରାଟ ଅଭିମୁଖ୍ୟେ ଯାଇଥିବା ବେଳେ ଆଜି ସଁୟା ଛକ ନିକଟରେ ଦୁର୍ଘଟଣା ହୋଇଥିଲା । ତେବେ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ଖବରପାଇଁ ବରଗଡ଼ ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ୬ ନଂମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦ କରିଦେଇଛନ୍ତି ।