କନ୍ଧମାଳ: ବାଲିଗୁଡ଼ା ଦାରିଙ୍ଗବାଡ଼ି ଅଂଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଖବର ଆସିବା ପରେ ସାରା ଅଂଚଳରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ଲୋକ ୫୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହା ଫଳରେ ଯାତ୍ରାୟତ ସମ୍ପର୍ଣ୍ଣ ଠପ୍ ହେବାସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଖବରପାଇଁ ଦାରିଙ୍ଗବାଡ଼ି ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିବା ସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା କରୁଥିବା ଦେଖିବାକୁ ମିଳିଛି । ଏହାସହ ବାଲିଗୁଡ଼ା ଏସଡ଼ିପଓ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଜା କରୁଛନ୍ତି । ତେବେ ଛାତ୍ରୀଙ୍କ ପ୍ରସବକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଅପରପକ୍ଷେ ଏହି ଖବର ପ୍ରଚାରିତ ହେବା ପରେ ମନ୍ତ୍ରୀ ରମେଶ ମାଝୀ ତଦନ୍ତକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦାରିଙ୍ଗବାଡ଼ିରେ ଆଖି ଦେଖିଲା ଅପୂର୍ବ ଦୃଶ୍ୟ; ନାବାଳିକା ଛାତ୍ରୀ କଲେ ପ୍ରସବ; ଉତ୍ତେଜନା ରାସ୍ତାରୋକ !
Leave a Comment
Leave a Comment
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
