Home ରାଜ୍ୟ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ଦାବିରେ ଜୋର ଧରିଲା ଆନ୍ଦୋଳନ !

ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ଦାବିରେ ଜୋର ଧରିଲା ଆନ୍ଦୋଳନ !

ବାଲେଶ୍ୱର: ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ଦାବିରେ ଜୋର ଧରିଲା ଆନ୍ଦୋଳନ । ଆଜି ବାଲିଆପାଳ ସୂଚନା ଅଧିକାର ସଂଘ ପକ୍ଷରୁ ଆମରଣ ଅନଶନ ଜାରି ରହିଛି । ପ୍ରଶାସନ ପକ୍ଷରୁ କୌଣସି ଯୋଗାଯୋଗ ହେଇନଥିଲେ ମଧ୍ୟ ୫ ଜଣ ଆନ୍ଦୋଳନକାରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ଗତ ସେପ୍ଟେମ୍ବର ୨୦୧୮ ମସିହାରୁ ସୂଚନା ଅଧିକାର ସଂଘ ଧାରଣା ଦେଇଥିବା ବେଳେ ପ୍ରଶାସନ ୧୫ ଦିନ ମଧ୍ୟରେ ନୂଆ ଡ଼ାକ୍ତର ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ମାସ ମାସ ବିତିଯାଇଥିଲେ ମଧ୍ୟ ଡ଼ାକ୍ତର ନିଯୁକ୍ତି ପାଣିର ଗାର ଶଦୃଶ୍ୟ ହୋଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ତେବେ ସରକାର ଯଦି ତୁରନ୍ତ ଏହାର ପ୍ରତିକାର ନକରନ୍ତି ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।