Home ରାଜ୍ୟ ଅଟକ ଚୋରକୁ ଆଣିବା ପାଇଁ ହଟହଟା ପୋଲିସ; ପଢନ୍ତୁ କିପରି ହେଲେ ହଟହଟା…

ଅଟକ ଚୋରକୁ ଆଣିବା ପାଇଁ ହଟହଟା ପୋଲିସ; ପଢନ୍ତୁ କିପରି ହେଲେ ହଟହଟା…


ବାଲେଶ୍ୱର: ଚୋରି କରି ଧନୀ ହେବା ନିଶା ଉତୁରୀ ଗଲା , ୩ ଯୁବକ ଚୋରି କରିବା ସମୟରେ ଧରାପଡ଼ି ନିର୍ଧୁମ ଛେଚା ଖାଇ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ୍ କୁଳିନ୍ଦା ଗାଁରେ ଏପରି ମାଡ଼ ହାଣ୍ଡିର ଗପପରୀ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ଚୋରି କରୁଥିବା ସମୟରେ ଗ୍ରାମବାସୀ ଚୋରକୁ କାବୁକରି ବାନ୍ଧି ପ୍ରବଳ ଛେଚିବା ସହ ସେମାନଙ୍କ ଠାରୁ ଏକ ଓମିନ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀକୁ ଜବତ କରିଛନ୍ତି । ସୂଚନାମୁତାବକ ଉକ୍ତ ଯୁବକର ଘର କମର୍ଦା ଥାନା ବାହାର୍ଦା ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ଯୁବକକୁ ନିଜ ହେପାଜତକୁ ନେବା ବେଳେ ପୋଲିସ ହଟାହଟା ହେଇଛି । ଗ୍ରାମବାସୀଙ୍କ ବିରୋଧର ଶିକାର ହୋଇଛି ପୋଲିସ । ଏପରିକି ଥାନା ଆଇଆଇସିଙ୍କୁ କିଛି ସମୟ ପାଇଁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡ଼ିଛି ।