Home ରାଜ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ; ସିମୁଳିଆ ବାଟି ଗାଁରେ ଶୋକାକୂଳ ପରିବେଶ !

ସୁରକ୍ଷାକର୍ମୀଙ୍କ ଗୁଳିରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ; ସିମୁଳିଆ ବାଟି ଗାଁରେ ଶୋକାକୂଳ ପରିବେଶ !



ବାଲେଶ୍ୱର: ପାରାଦୀପର ଗଭୀର ସମୁଦ୍ର ଭିତରେ ବୋଟ ଡ୍ରାଇଭରଙ୍କ ମୃତ ଦେହ ଉଦ୍ଧାର ଘଟଣା । ମୃତକ ବୋଟ ଡ୍ରାଇଭର ହେଲେ ମୟାଧର ମଲ୍ଲିକଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ ଜଣାପଡ଼ିବା ପରେ ଏବେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନାଅନୁଯାୟୀ ମାୟାଧର ମଲ୍ଲିକ ଗତ ୧୦ତାରିଖ ଦିନ ପୁରୁଣା ବାଲେଶ୍ୱର ବୋଟ ମାଲିକ ପ୍ରଦୀପ୍ତ ଭଁୟାଙ୍କ ବୋଟ ସହ ୯ଜଣ ସହଯୋଗୀକୁ ନେଇ ଗଭୀର ସମୁଦ୍ରକୁ ମାଛ ଆଣିବାକୁ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ମାଛ ଧରୁଥିବା ବେଳେ ପାରାଦୀପରେ କୋଷ୍ଟାଗାର୍ଡ଼ କର୍ମଚାରୀଙ୍କ ଗୁଳିରେ ନିରିହ ବୋଟ ଡ୍ରାଇଭଙ୍କ ମୃତ ହୋଇଥିଲେ । ଯାହାକୁ ନେଇ କୋଷ୍ଟଗାର୍ଡ ଡିଆଇଜି ରାକେଶ ମକୱାନା ଗୁଳିମାଡ଼ କରିଥିବା ସ୍ୱୀକାର କରିଛନ୍ତି । ପାଟ୍ରୋଲିଂ କର୍ମଚାରୀ ବୋଟକୁ ରୋକିବାକୁ କହିଥିବା ବେଳେ ବୋଟ ଚାଳକ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ କର୍ମଚାରୀମାନେ ଗୁଳି କରିଥିବା ସ୍ୱୀକାର କରିଛନ୍ତି ।
ଅନ୍ୟପଟେ ମୃତ ବୋଟ ଚାଳକ ସିମୁଳିଆ ବାଟି ଗାଁରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପରିବାରରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁଦାଣ୍ଡ । ମୃତଦେହ ଗାଁକୁ ଫେରିନଥିବା ବେଳେ ସ୍ତ୍ରୀ ୩ ଝିଅ ଏକମାତ୍ର ପୁଅର ଓ ଆତ୍ମିୟଙ୍କ କାନ୍ଦରେ ଫାଟି ପଡ଼ୁଛି ଗାଁ । ଏପରି ସ୍ଥିତିରେ ପ୍ରାଶାସନର କୌଣସି ପ୍ରତିନିଧି ଏପର୍ଯ୍ୟନ୍ତ ପହଂଚି ନଥିବା ଜଣାପଡ଼ିଛି । ଯାହାକୁ ନେଇ ଗ୍ରାମରେ ଜନଅସନ୍ତୋଷ ଦେଖିବାକୁ ମିଳିଛି ।