ସାଲେପୁର: ପୁଣି ମାତିଲେ ଏଟିଏମ ଲୁଟେରା । କଟକ ଜିଲ୍ଲା ସାଲେପୁର ଥାନା ରାଇସୁଗୁଡ଼ା ବଜାରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ତାଡ଼ି ଲୁଟିନେଲେ । ଆଜି ସକାଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ ମେସିନି ଭଙ୍ଗା ହୋଇଥିବା ଜଣା ପଡ଼ିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ସହରରେ ଛାନଭିନ୍ ଆରମ୍ଭ କରିଛି । ତେବେ ଏଟିଏମରୁ କେତେଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ଜଣା ପଡ଼ିଛି