Home ରାଜ୍ୟ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ନୂଆ କୋଠାରୁ ଖସି ପଡ଼ିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ !

ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ନୂଆ କୋଠାରୁ ଖସି ପଡ଼ିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ !


ଅନୁଗୁଳ: ମାରି ଦେବରେ ବ୍ୟବସ୍ଥା । ଖସି ପଡ଼ିଲା ହସ୍ପିଟାଲ ସିଲିଂ, ଅଳ୍ପକେ ବର୍ତ୍ତିଲେ ରୋଗୀ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତିବ୍ର ଅସନ୍ତୋସ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ନୂଆକରି ନିର୍ମାଣ ହୋଇଥିବା ତିନି ମହଲା କୋଠାର ସର୍ଜରୀ ୱାର୍ଡ଼ରେ ୧୦ଫୁଟ୍ର ସିଲିଂ ହଠାତ୍ ଖସିପଡ଼ିଛି । ଏଥିରେ କେହି ମୃତ କିମ୍ବା ଆହତ ହୋଇନଥିବା ବେଳେ ଭୟଭୀତ ଅବସ୍ଥାରେ ରୋଗୀମାନେ ରହିଥିବା ଦେଖିବାକୁ ମିଳିଛି । ଏଠାରେ ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରଶାସନ ବିରୋଧରେ ଦାନା ବାନ୍ଧିଲାଣି ଆନ୍ଦୋଳନ । ରାଜ୍ୟ ଠାରୁ କେନ୍ଦ୍ର ସରକାର ସେବା ନାମରେ ବୁହୁ ଯୋଜନା ଅପଣାଉଛନ୍ତି । ସେଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ଏହି ଗରିବଙ୍କ ଟିକସର ଅର୍ଥକୁ ଲୁଟିବାରେ ବ୍ୟସ୍ଥ ବାହୁବଳୀ ନେତା ଠିକାଦାର, ଦେଖି ନଦେଖିଲା ପରି ମନେ କରୁଛି ପ୍ରଶାସନ । ନିକଟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ଆରମ୍ଭ କଲେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା । ଏହାକୁ ଆଉଟିକେ ସୁଧାର ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କଲେ । ଏହାର ପ୍ରୟୋଗ ପାଇଁ ସାରା ରାଜ୍ୟରେ ବିଜ୍ଞାପନ ଦୁନିଆରେ ଖର୍ଚ୍ଚହେଲା ଶହ ଶହ କୋଟି । ଏଥିପାଇଁ ସୃଷ୍ଟି ହୋଇଥିଲା ରାଜ୍ୟ ରାଜନୀତିରେ ଝଡ଼ । ଖାଲି ଏତିକିରେ ଯୋଜନା ସରିନାହିଁ ରାଜ୍ୟ ୩ଟି ମେଡ଼ିକାଲ କଲେଜ ଥିବାବେଳେ ପୁଣି ନିକଟରେ ଭିମଭୋଇ ମେଡ଼ିକାଲ କଲେଜ ଓ ବ୍ୟାସଦେବ ମେଡ଼ିକାଲକୁ ଶୁଭାରମ୍ଭ କରିଛନ୍ତି । ଠିକ୍ ଏତିକ ବେଳେ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ନୂଆକରି ତିଆରି ହୋଇଥିବା କୋଠାର ଛାତରୁ ଖସିଛି ସିଲିଂ । ଯାହାକୁ ନେଇ ରାଜ୍ୟର ଦୁଇ ବିରୋଧି ଏବେ ଶାସକ ବିଜେଡି ବିରୋଧରେ ଆନ୍ଦୋଳନ ପାଇଁ ସୁଯୋଗ ଦେଇଛି ।
ଅନ୍ୟପଟେ ରାଜ୍ୟର କଟକ ବଡ଼ ମେଡ଼ିକାଲରେ ଅବ୍ୟବସ୍ଥା ମଧ୍ୟରେ ଗରିବଙ୍କ ପାଇଁ ସେବା ନାହିଁ ନାହିଁରେ ଚାଲିଛି । ମେଡ଼ିକାଲରେ ବର୍ଷ ବର୍ଷ ଧରି ଖଲି ପଡ଼ିଛି ଡ଼ାକ୍ତର ପଦବୀ, ଯାହା ସରକାର ପକ୍ଷେ ପୂରଣ କରିବା ସମ୍ଭବପର ନୁହେଁ ବୋଲି ଜଣାପଡ଼ୁଛି । ଏପରି ସମୟରେ ଜୀବନ ରକ୍ଷାକାରୀ ଓøଷଧ ମୂଲ୍ୟ ବୃଦ୍ଧି ରୋକିବାରେ ବିଫଳ କେନ୍ଦ୍ର ଓ ରାଜ୍ୟ ସରକାର । ଯାହାଦ୍ୱାରା ଓøଷଧ ବିନା ଶହ ଶହ ଗରୀବ ରୋଗୀ ମରୁଛି । ଏପରି ସମୟରେ ରାଜ୍ୟର ପ୍ରାଥମିକ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ନକହିବା ଭଲ ।