Home ରାଜ୍ୟ ପୁଣି ଖଟିଆ ଉପରେ ଯୋଜନା ; ଫୋନ୍ କଲେ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତି...

ପୁଣି ଖଟିଆ ଉପରେ ଯୋଜନା ; ଫୋନ୍ କଲେ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ପ୍ରସୂତି !



ରାୟଗଡ଼ା: ପୁଣି ଖଟିଆ ଉପରେ ଯୋଜନା । ଆମ୍ବୁଲାନ୍ସ ନମିଳିବାରୁ ପୁଣି ଖଟିଆରେ ବୁହାହେଲେ ପ୍ରସୂତି । ପ୍ରାୟ ୨କିଲୋମିଟର ପ୍ରସୂତିକୁ ବୋହିବାର ଦୃଶ୍ୟ ବୁଦ୍ଧିଜୀବୀଙ୍କ ଗାଲରେ ଶକ୍ତ ଚାପୁଡ଼ା ଲାଗିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖବାକୁ ମିଳିଛି । ବାରମ୍ବାର ଜନନୀ ଏକ୍ସପ୍ରେସ୍କୁ ଫୋନ କଲାପରେ ମଧ୍ୟ ଆସିନଥିଲା ଗାଡ଼ି, ଏହାପରେ ୧୦୮କୁ ମଧ୍ୟ ଫୋନ୍ କରି ନିରାଶ ହୋଇଥିଲେ ଗ୍ରାମବାସୀ । ବାଧ୍ୟ ହୋଇ ଖଟିଆରେ ପ୍ରସୂତିଙ୍କୁ ମେଡ଼ିକାଲକୁ ଆଣିଥିଲେ ପରିବାର ଲୋକ । ଯେଉଁ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ଓ ଗଣମାଧ୍ୟମରେ ବିତର୍କରେ ପରିଣତ ହେଲାଣି । ବାରମ୍ବାର ଏପରି ଦୃଶ୍ୟ ସାମ୍ମାକୁ ଆସୁଥିଲେ ମଧ୍ୟ ପ୍ରଶାସନର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଲାଣି ।
ମାତ୍ର ପ୍ରସବ ବେଦନା ଏକ କଷ୍ଟଦାୟକ ହୋଇଥିବା ବେଳେ ପ୍ରଶାସନର ଏପରି ନିଷ୍କ୍ରିୟତା ଯାହା ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କରୁଛି । ଯେତେବେଳେ ବିଜ୍ଞାନ କହେ ପ୍ରସୂତିବେଦନାର କଷ୍ଟ ଏକାସଙ୍ଗେ ୧୦୮ହାଡ଼ ଭାଙ୍ଗିବା ସଙ୍ଗେ ସମକ୍ଷକ ସେତେକି ବେଳେ ଆମ ପ୍ରଶାସକ ଏପରି ସମ୍ଭଦନଶୀଳ ଘଟଣାକୁ ଦୁଷ୍ଟି ଆଢୁଆଳରେ ରଖିବା ଅତି ନିନ୍ଦନିୟ ହୋଇଛି ।