ଭୁବନେଶ୍ୱର: ପୁଣି ନବୀନଙ୍କ ଆମ ଘର ଏଲ୍ଇଡି ଯୋଜନା ଆପଣାଇ ବିରୋଧିଙ୍କ ଶିବିରରେ ଶିବିରକୁ ଥରାଇଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ପୀଠା, କାଳିଆ ପରେ ଆଜି ଏଲଇଡି ଯୋଜନାକୁ ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ହିତାଧିକାରୀ ମାଗଣାରେ ୯ ୱାଟ୍ର ୪ଟି ବଲ୍ବ ଯୋଗାଇ ଦେବେ ସରକାର । ଏହାସହ ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବାସହ ଏଥିପାଇଁ ସରକାର ୩କୋଟି ୮୦ଲକ୍ଷ ଏଲିଇଡି କିଣିବା ନେଇ ସ୍ତିର କରିଛନ୍ତି । ଏହି ଯୋଜନା ଜାନୁୟାରୀ ୧୫ରୁ ୨୦ତାରିଖରେ ହେବାକୁ ଥିବା ପୀଠା ଶିବିରରେ ହିତାଧିକାରୀଙ୍କୁ ମିଳିବ । ଏହାକୁ ନେଇ ଗଣମାଧ୍ୟମ ନିକଟରେ ଶକ୍ତି ସଚିବ ହେବନ୍ତ ଶର୍ମା ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ବିଜୁ ଜ୍ୟୋତି ଯୋଜନାରେ ରାଜ୍ୟରେ ହିତାଧିକାରୀ ନିକଟରେ ମାଗଣାରେ ବିଦ୍ୟୁତ୍ ପହିଞ୍ଚାଇବା ଯୋଜନା ଆରମ୍ଭ କରିଥିଲେ ସରକାର । ଏହାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ବେଳେ ବହୁ ସମୟରେ ଗ୍ରାହାକ ଅଶାନ୍ତି ଦେଖିବାକୁ ମିଳୁଛି । ବହୁ ଜାଗାରେ ବିଦ୍ୟୁତ୍ ଖୁଂଟରୁ ତାର ସଂଯୋଗ ହୋଇଥିଲେ ମଧ୍ୟ ହିତାଧିକାରୀ ବିଦ୍ୟୁତ୍ ପାଉନଥିବା ଅଭିଯୋଗ ଆସିଛି । ଏହାସହ କମ୍ପାନୀର ବିଦ୍ୟୁତ୍ ବିଲ ଦର ବୃଦ୍ଧି ଫଳରେ ଗରିବ ଗ୍ରାହକ ସେବାରୁ ବଂଚିତ ହେଉଥିବା ବେଳେ ଅନେକ ଜାଗାରେ ସଠିକ୍ ସମୟରେ ବିଲ ପୈଠ ନକରିବାରୁ ଜରିମାନ ନଦେଇପାରି ସେବାରୁ ମଧ୍ୟ ବଂଚିତ ହେଉଛି । ଏକରି ସମୟରେ ସରକାରଙ୍କ ଏହି ଯୋଜନା କାହଁ ପାଇଁ ବୋଲି ସାଧାରଣ ଜନତା ପ୍ରଶ୍ନ କଲେଣି ।