Home ରାଜ୍ୟ ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟ ଅହିରାଜ ସାପ !

ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟ ଅହିରାଜ ସାପ !

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ଶିମିଳିପାଳ ବାଳିଆପାଳ ଗାଁରୁ ୧୯ ଫୁଟର ଅହିରାଜସାପ ଉଦ୍ଧାର କରାଯାଇଛି । ତେବେ ଗତକାଲି ସଂଧ୍ୟାରେ ଗୋଟିଏ ପରିବାର ଲୋକେ ଶୋଇବାକୁ ଯିବା ବେଳେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ତେବେ ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଭୟବୀତ ହୋଇପଡିଥିଲେ। ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିବା ଜଣାପଡିଛି । ସେପଟେ ଅହିରାଜ ସାପକୁ ଉଦ୍ଧାର କରିସାରିବା ପରେ ବନବିଭାଗକୁ ହସ୍ତାନ୍ତତର କରାଯାଇଛି । ଅନ୍ୟପଟେ ପୁଣି ଅହିରାଜସାପକୁ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ସୂଚନା ମିଳିଛି ।