Home Uncategorized ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ, ମୃତକଙ୍କ ପରିଚେୟ ଅସ୍ପଷ୍ଟ!

ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ, ମୃତକଙ୍କ ପରିଚେୟ ଅସ୍ପଷ୍ଟ!

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହନଗା ବ୍ଳକ ଅଫିସ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କୁ କୈାଣସି ଏକ ଅଜଣା ଗାଡି ପିଟି ଦେଇଛି । ଫଳରେ ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ଏତେ ଭୟଙ୍କର ଯେ ମୃତକ ବ୍ୟକ୍ତିଙ୍କୁ ଚିହ୍ନିବା ସମ୍ଭବ ହୋଇପାରୁନାହିଁ । ଅନ୍ୟପଟେ ଘଟଣା ସମ୍ପର୍କରେ ପୁଲିସ ଖବରପାଇ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।