Home ରାଜ୍ୟ ଅଭିଜିତ୍ ଆୟରଙ୍କୁ ଆଜି ହାଇକୋର୍ଟରୁ ଜାମିନ୍ ମିଳିଲା !

ଅଭିଜିତ୍ ଆୟରଙ୍କୁ ଆଜି ହାଇକୋର୍ଟରୁ ଜାମିନ୍ ମିଳିଲା !

କଟକ: ଓଡ଼ିଶାର କଳା, ସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍ ଆୟରଙ୍କୁ ଆଜି ହାଇକୋର୍ଟରୁ ଜାମିନ୍ ମିଳିଲା । ତେବେ ଶହୀଦ ନଗର ଥାନା ଓ କୋଣାର୍କ ଥାନରେ ରୁଜୁ ହୋଇଥିବା ମାମଲାରେ ଜାମିନ ମିଳିଛି । ଗତକାଲି ରାଜ୍ୟ ସରକାର ଆୟରଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଥିଲୋ । ଅଭିଜିତ୍ ମାମଲା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ମାସ ୨୦ ତାରିଖରେ ଚିଠି ଲେଖି ଅନୁରୋଧ କରିଥିଲେ । ପୂର୍ବରୁ ବିଧାନସଭା ଗୃହ କମିଟ ମଧ୍ୟ ତାଙ୍କୁ କ୍ଷମା କରିଥିଲେ ।