Home ରାଜ୍ୟ ନବୀନ ନିବାସରେ ପହଞ୍ଚିଲେ ମୟୂରଭଞ୍ଜର ବିଜେଡି କର୍ମୀ ସହ ବିଜୟୀ ପାର୍ଥୀ, କୃତଜ୍ଞତା ଓ...

ନବୀନ ନିବାସରେ ପହଞ୍ଚିଲେ ମୟୂରଭଞ୍ଜର ବିଜେଡି କର୍ମୀ ସହ ବିଜୟୀ ପାର୍ଥୀ, କୃତଜ୍ଞତା ଓ ଫୁଲତୋଡ଼ା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରଘୁନାଥ ମାଝୀ !


ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଲେ ମୟୂରଭଞ୍ଜର ବିଜୟୀ ପାର୍ଥୀ ରଘୁନାଥ ମାଝୀ । ତେବେ ନିବାସରେ ରଘୁନାଥ ଏବଂ ତାଙ୍କ ସହ ବିଜେଡି କର୍ମୀ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣେଇବା ସହ ଫୁଲତୋଡ଼ା ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ରଘୁନାଥ । ଗତ ପଂଚାୟତ ନିର୍ବାଚନରେ ମୟୁରଭଞ୍ଜର ସମୁଦାୟ ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି-୪୯ଟିରେ ବିଜୟୀ ହୋଇଥିବା ବେଳେ ବିଜେଡି ମାତ୍ର ୫ଟି ଆସନ ଜିତିଥିଲା । ସେହିପରି ଜେଏମଏମରୁ ଜଣେ ଏବଂ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ଯେଉଁ ଆସନରେ ବିଜେଡି ତୃତୀୟ ସ୍ଥାନରେ ଥିଲା, ସେଠି ବିଜେପି ଏବଂ ଜେଏମ୍ଏମ୍କୁ ପଛରେ ପକାଇ ବିଜାତଳାରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି ବିଜେଡି ।