Home ରାଜ୍ୟ ଫସିଗଲା ଅବକାରୀ ବିଭାଗ; ବ୍ରାଉନସୁଗାର ଧରିବାକୁ ଯାଇ ହଟହଟା କର୍ମଚାରୀ, ପଢନ୍ତୁ କିପରି ହେଲେ !

ଫସିଗଲା ଅବକାରୀ ବିଭାଗ; ବ୍ରାଉନସୁଗାର ଧରିବାକୁ ଯାଇ ହଟହଟା କର୍ମଚାରୀ, ପଢନ୍ତୁ କିପରି ହେଲେ !


ବାଲେଶ୍ୱର: ଅବକାରୀ ବିଭାଗର ଅବସ୍ଥା ବିଗିଡ଼ି ଗଲା । ବାଲେଶ୍ୱର ଜିଲ୍ଲା ଜଲେଶ୍ୱର ବ୍ଲକ୍ ଘାଡେଶ୍ୱରପୁର ବସ୍ତିରେ ଅବକାରୀ ବିଭାଗ ଚଢାଉ ବେଳେ ନାକେଦମ୍ ହେବା ସହ ମାଡ଼ ଖାଇଥିବା ଦେଖିବାକୁ ମିଳିଛି । ଆସି ସକାଳୁ ଅବକାରୀ ବିଭାଗର ବସ୍ତିରେ ବ୍ରାଉନସୁଗାର ବ୍ୟବସାୟ ହେଉଥିବା ଖବର ପାଇଁ ଚଢାଉ କରିଥିଲା । ତେବେ ମୋବାଇଲ ସ୍କାର୍ଡ଼ ବସ୍ତିରେ ଚଢାଉ କରିବାକୁ ଯାଇଥିବା ବେଳେ ବିରୋଧର ସାମ୍ନା କରିବା ସହ ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିଛନ୍ତି । ଫଳରେ ଅବକାରୀ ବିଭାଗ ନିରୂପାୟ ହୋଇ ଫେରିବାକୁ ପଡ଼ିଛି । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ଲାଗି ରହିଛି ।