ରାଜ୍ଯରେ ଆଜି ୧୩୩୭ ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୩୯,୦୧୮କୁ ବୃଦ୍ଧି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୮୧୫ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୫୨୨ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ଯା ୩୯,୦୧୮ରେ ପହଁଚିଛି । ଏମାନଙ୍କ ୨୪,୪୮୨ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୪,୨୬୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୪,ବାଲେଶ୍ବରରୁ ୩୧,ବରଗଡରୁ ୧୪, ଭଦ୍ରକରୁ ୨୨, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, କଟକରୁ ୧୬୮,ଢେଙ୍କାନାଳରୁ ୫, ଗଜପତିରୁ ୭୫, ଜଗତସିଂହପୁରରୁ ୨୧, ଯାଜପୁରରୁ ୨୪, ଝାରସୁଜୁଡା ୧୦, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୩୭, କେନ୍ଦୁଝରରୁ ୮୦, ଖୋର୍ଦ୍ଧାରୁ ୧୯୬, କୋରାପୁଟରୁ ୩୧, ମାଲକାନଗିରିରୁ ୩୮ ଏବଂ ମୟୁରଭଞ୍ଜରୁ ୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 

Share This Article